ସିକ୍କିମ ବସ୍ ଦୁର୍ଘଟଣା : ଫେରିଲେ ସ୍ୱୟଂସୁପ୍ରୀତ ଓ ସାଇରାଜ 

 ଭୁବନେଶ୍ୱର/କଟକ : ସିକ୍କିମ୍ ବସ୍ ଦୁର୍ଘଟଣାରେ ଉଦ୍ଧାର ହୋଇ ଚିକିସôିତ ହେଉଥିବା ଦୁଇ ଜଣ ଓଡ଼ିଆ ସ୍ୱୟଂ ସୁପ୍ରୀତ ନାୟକ (୧୬) ଓ ସାଇରାଜ ଜେନା (୧୭) ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପରବର୍ତ୍ତୀ ଚିକିସôା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ବିଧାୟକ ଆକାଶ ଦାସନାୟକ, ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏମ୍ସକୁ ନିଆଯାଇଥିଲା ।  ସିକ୍କିମରେ ତିସ୍ତା ନଦୀରେ ବସ୍ ଦୁର୍ଘଟଣାର ଓଡ଼ିଶାରୁ ୪ ଜଣ ନିଖୋଜ ଥିବାବେଳେ ୨ ଜଣ ଉଦ୍ଧାର ହୋଇ ସେଠାରେ ଡାକ୍ତରଖାନାରେ ଚିକିସôାଧୀନ ଥିଲେ । ଏହି ଘଟଣାରେ  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ନିଦେ୍ର୍ଦଶରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପରିବହନ ବିଭାଗର ଦୁଇ ବରିଷ୍ଠ ଅଧିକାରୀ ତୁରନ୍ତ ସେଠାରେ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ଓ ଚିକିସôାର ସମସ୍ତ ବନେ୍ଦାବସ୍ତ ଉପରେ ଗୁରୁତ୍ୱ ଦିଆଯାଇଥିଲା ।