ଶୋଭା ପୁଷ୍ଟିକର ବଗିଚା’ କାର୍ଯ୍ୟକ୍ରମ
ାା ପ୍ରଭାନୁ୍ୟଜ୍ ।ା କାକଟପୁର: କାକଟପୁର ବ୍ଲକର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶୋଭା ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟରେ ଶୋଭା ପୃଷ୍ଟିକର ବଗିଚା ବା ଶୋଭା ନୁ୍ୟଟ୍ରି ଗାର୍ଡେନ ନୂତନ କାର୍ଯ୍ୟକ୍ରମ ସ୍ୱେଚ୍ଛାକୃତ ଭାବେ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ କୋଣାର୍କ ନିକଟସ୍ଥ କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ କୁଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପୃଷ୍ଟିକର ତଥା ପୋଷଣ ମଧ୍ୟାହ୍ନ ଭୋଜନର ଲକ୍ଷନେଇ ଫଳ ବୃକ୍ଷ ଓ ଶୀତ ଦିନିଆ ପନିପରିବା ମଞ୍ଜି ଯୋଗାଇ ଦିଆଯାଇଛି । ଶୋଭା ଫାଉଣ୍ଡେସନ ଅଧକ୍ଷ ତଥା ପ୍ରକୃତିବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ୱାଳଙ୍କ ସହଯୋଗରେ ନଡ଼ିଆ, ଆମ୍ବ, ପଣସ, ପେସ୍ତା ବାଦାମ, ଅମୃତଭଣ୍ଡା ଓ ଲେମ୍ବୁ ଚାରା ରୋପଣ କରାଯିବା ସହିତ ସବୁଜ ପନିପରିବା ମଞ୍ଜି ଯୋଗାଇ ଦିଆଯାଇଛି । ଯାହା ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନରେ ଫଳ ଓ ପନିପରିବା ଅଭାବକୁ ପୂରଣ କରିବାରେ ସହାୟକ ହେବ । ମାତ୍ରାଧିକ ବଜାର ଦର ସାଙ୍ଗକୁ ସର୍ବଶିକ୍ଷା ଅଭିଯାନରେ ମିଳୁଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ରୋଷେଇ କରିବାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି । ସେଥିପ୍ରତି ଦୃଷ୍ଟି ଦେଇ ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ସାମାଜିକ ଅନୁଷ୍ଠାନ, ବଦାନ୍ୟ ବ୍ୟକ୍ତି ଓ ସାଧାରଣ ଲୋକଙ୍କ ସହଭାଗିତା ନିହାତି ଆବଶ୍ୟକ । ସହଭାଗିତାରେ ଉନ୍ନତି ଲକ୍ଷନେଇ ଏପରି କାର୍ଯ୍ୟକ୍ରମ ସ୍ୱେଚ୍ଛାକୃତ ଭାବେ ହାତକୁ ନେଇଥିବା ଶୋଭା ଫାଉଣ୍ଡେସନ ଅଧକ୍ଷ ଜ୍ଞାନ ରଞ୍ଜନ ବିଶ୍ୱାଳ କହିଛନ୍ତି । ଏଥି ସହିତ ବଦାନ୍ୟ ବ୍ୟକ୍ତି ମାନଙ୍କୁ ଗୋଟେ ଗୋଟେ ସ୍କୁଲକୁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶୋଭା ଫାଉଣ୍ଡେସନ ସଭ୍ୟ ସାମାଜିକକର୍ମୀ ବିଦ୍ୟାଧର ବେହେରା, ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଦର୍ଶନ ପଣ୍ଡା, ସହକାରୀ ଶିକ୍ଷୟତ୍ରୀ କଲ୍ୟାଣୀ ବେହେରା ଓ ରାଜଶ୍ରୀ ମହାରଣାଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ ।