ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ
ଭାପୁର : ନୟାଗଡ ଜିଲ୍ଲା ଭାପୁର ବ୍ଲକ ରେ ଆଜି ଓଡିଶା ସରକାରଙ୍କ ଦ୍ୱାରା ପ୍ରଣୀତ "ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛ । ଏଥିପାଇଁ ଆୟୋଜିତ ସଭାରେ ବିଡିଓ ଶାରଦା ପ୍ରସନ୍ନ ପଣ୍ଡା ସଭାପତିତ୍ତ୍ୱ କରିଥିବା ବେଳେ, ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ୨୦ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ, ୧୯ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବ୍ଲକ ସାଂସଦ ପ୍ରତିନିଧି ତୋଫାନ ପ୍ରଧାନ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମ ଦଫାରେ ୮୪ଜଣ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ଦିଆଯାଇଥିଲା । ପର୍ଯ୍ୟାୟ କ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ ବୋଲି ବିଧାୟକ ଦୃଢ଼ ପ୍ରତିଶୃତି ଦେଇଥିଲେ. ଉପାଧ୍ୟାକ୍ଷ ଶ୍ରୀ ବେଣୁଧର ପ୍ରଧାନ କାର୍ଯ୍ୟାଦେଶ ରେ ଅନିୟମିତତା ହୋଇଛି ବୋଲି ଦେଇଥିବା ବକ୍ତବ୍ୟ କୁ ବିଧାୟକ ମହୋଦୟ କଟାକ୍ଷ୍ କରି କହିଥିଲେ ଯେ, ଡବଲ ଇଂଜିନି ସରକାର କହେ ଯାହା କରେ ତାହା. ଦୁର୍ନୀତିର ପ୍ରଶ୍ନ ଉଠିବ ନାହିଁ. ଆବଶ୍ୟକ ହେଲେ ଉପାଧ୍ୟାକ୍ଷଙ୍କୁ ସାଥିରେ ନେଇ ଅନିୟମିତତାରେ ଦିଆଯାଉଥିବା କାର୍ଯ୍ୟାଦେଶକୁ ରଦ କରିବେ ଓ ଦୋଷୀ ପ୍ରଶାସନିକ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ.କିନ୍ତୁ ମିଛ ନ କହି ତଥ୍ୟ ଆଧାରିତ ପ୍ରମାଣ ଦିଅନ୍ତୁ ବୋଲି କହିଥିଲେ. ବିଧାୟକଙ୍କ ଏଭଳି ଚିନ୍ତାଧାରା ଓ ଆହ୍ୱାନକୁ ପ୍ରଶଂସା କରିଥିଲେ । ସୂଚନା ଅନୁସାରେ ପ୍ରଥମ ଦଫାରେ ପ୍ରତି ପଂଚାୟତରୁ ୧୫ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ ।
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ମାଣିକେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭ ଉଦ୍ଘାଟନ କରିଥିଲେ । ବ୍ଲକ ଅଧକ୍ଷ ମନୋଜ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବିଧାୟକ ଡ. ରମାକାନ୍ତ ଭୋଇ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ଜିଲ୍ଲା ପରିଷଦ ରଂଜିତା ସିଂ, ବ୍ଲକ ଉପାଧକ୍ଷା ସନ୍ଧ୍ୟା ରାଣୀ ମହାନ୍ତି, ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟଜିତ ସ୍ୱାଇଁ, ବ୍ଲକ ପ୍ରକଳ୍ପ ଅଧିକାରୀ ପ୍ରିୟମ୍ବଦା ପଶାୟତ, ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, କାନୀମୂଳ ସମିତି ସଭ୍ୟ ବସନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଉଦଘାଟନ କରିବା ସହିତ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତରେ ମୋଟ ୧୩୭ ହିତାଧିକାରୀ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଳିସିଂ ସରପଞ୍ଚ ସଫି ଆଜମ, ମଣିଜଙ୍ଗା ସରପଞ୍ଚ ଶଶିଧର ମଲ୍ଲିକ, ପ୍ରଦୁ୍ୟମ୍ନ କିଶୋର ଚଇନି, ପ୍ରଶାନ୍ତ ସାହୁ, ପ୍ରିୟମ୍ବଦା ମହାପାତ୍ର, ଅଶୋକ ଦାସ, ପ୍ରବୀର ରାୟ, ରୋଜାଲିନ ଜେନାଙ୍କ ସମେତ ସମସ୍ତ ଲୋକ ପ୍ରତିନିଧି ଉପସ୍ଥିତ ରହି ସେମାନଙ୍କ ପଞ୍ଚାୟତର ହିତାଧିକାରୀମାନଙ୍କୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୯ ଗୋଟି ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ ।
ଚମ୍ପୁଆ: ରାଜ୍ୟ ସରକାରଙ୍କ ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପବିତ୍ର ହିନ୍ଦୁ ନବବର୍ଷ ଅବସରରେ ଅନ୍ତ୍ୟୋଦୟ ଗୃହ ଯୋଜନାକୁ ଆଭାଷୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏହି ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ସମାଜର ଗରୀବ, ଅସହାୟ, ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡି, ହାତୀ ଉପଦ୍ରବ, ବନ୍ୟା, ବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାର ବର୍ଗରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ୩ବର୍ଷରେ ମୋଟ ୭.୫୦୦କୋଟି ଟଙ୍କା ଏବଂ ଚଳିତ ଆର୍ଥିକ ବର୍ଷରେ ୨୬୦୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ୬୦ହଜାର ୫୩ଜଣଙ୍କୁ ଆଜି ବିଭିନ୍ନ ଜିଲ୍ଲା ଓ ସମସ୍ତ ବ୍ଲକରେ ଏହି ଯୋଜନାରେ ସାମିଲ କରି କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ପ୍ରଥମ ୪ମାସ ଭିତରେ ଘର ସମ୍ପୁର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ୬ମାସରେ ସମ୍ପୁର୍ଣ୍ଣ କରାଯିବା ହିତାଧିକାରୀଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ପ୍ରୋସôାହନ ଯୋଗାଇଦେବାର ପ୍ରାବଧାନ ମଧ୍ୟ ରହିଛି । ଏହା ବ୍ୟତୀତ ମହାତ୍ମା ଗାନ୍ଧୀ ମନରେଗା, ସ୍ୱଚ୍ଛ ଭାରତ ମିଶନ, ପାନୀୟ ଜଳ, ସୋଭାଗ୍ୟ, ଉଜ୍ଜଳା ଯୋଜନାର ସୁବିଧା ଏହି ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ । ଏହି ଉପଲକ୍ଷେ ଚମ୍ପୁଆ ବ୍ଲକ୍ ପଡିଆରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ବିଡିଓ ସ୍ମୃତି ରଞ୍ଜନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ନାଏକ, ଉପାଧ୍ୟକ୍ଷା ଚମ୍ପାବତୀ ମହାନ୍ତ, ଏବିଡିଓ ଚୁନୁ ହାଁସଦା, ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ, ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ବିଧାୟକ ପ୍ରତିନିଧି ଗଣେଶ ଖିଲାର, ଜିଲ୍ଲା ପରିଷଦ ସଦସ୍ୟା ରମଣୀ ନାଏକ ପ୍ରମୁଖ ଉପସ୍ଥିିତ ଥିଲେ । ୨୩ଟି ପଞ୍ଚାୟତର ୨୬୮ ଜଣ ଅନ୍ତ୍ୟୋଦୟ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଘର ନିର୍ମାଣର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।