ପାକିସ୍ତାନକୁ ପୁଣି ଆଇଏମଏଫ ସହାୟତା
ପାକିସ୍ତାନକୁ ପୁଣି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି । ଯୁଦ୍ଧ ଚାଲିଥିବାବେଳେ ପାକକୁ ୧୦୦ କୋଟି ଡଲାର ମିଳିଥିବାବେଳେ ଏବେ ଆଉ ୧୦୦ କୋଟି ଡଲାର ସହାୟତା ମିଳିଛି । ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ଏନେଇ ନିଜ ରିପୋର୍ଟରେ ଦର୍ଶାଇଛି । ସୂଚନାଯୋଗ୍ୟଯେ, ପାକିସ୍ତାନ ଆତଙ୍କବାଦୀଙ୍କ ସୁରକ୍ଷା ପାଇଁ ଟଙ୍କା ଖର୍ଚ୍ଚ କରୁଥିବା ନେଇ ଆଇଏମଏଫରେ ଭାରତ ରିପୋର୍ଟ ଉପସ୍ଥାପନ କରିଥିଲା । ପାକିସ୍ତାନକୁ ଟଙ୍କା ନଦେବା ପାଇଁ ବି ଭାରତ ଅନୁରୋଧ କରିଥିଲା । ଯେଉଁଥିପାଇଁ ଆଇଏମଏଫ ବୈଠକରେ ଭାରତ ଭୋଟଦାନରୁ ବିରତ ରହିଥିଲା ।