ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରୀ


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର,: ରାଜ୍ୟ ଅତିଥି ଭବନରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଲିଙ୍ଗିପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରୀମାନେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ବିଦ୍ୟାଳୟର କୁନିକୁନି ପିଲାମାନେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇଥିଲେ । ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆଶୀର୍ବାଦ କରିବା ସହ ଛାତ୍ରୀଙ୍କୁ ଉପହାର ପ୍ରଦାନ କରିଥିଲେ ।