ଅପରେସନ ସିନ୍ଦୂର ନେଇ ବଡ଼ ଖୁଲାସା

  ନୂଆଦିଲ୍ଲୀ:   ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ୬ ଲଢ଼ୁଆ ବିମାନ ନଷ୍ଟ ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଏପି ସିଂହ । ଏହାର ଶ୍ରେୟ ବାୟୁସେନା ପ୍ରତିରକ୍ଷା ପ୍ରଣାଳୀ ଏସ-୪୦୦କୁ ଦେଇଛନ୍ତି । ଖସାଇ ଦିଆଯାଇଥିବା ବିମାନ ମଧ୍ୟରେ ଏକ ବଡ଼ ଯୁଦ୍ଧାସ୍ତ୍ର ରହିଛି । 
ପାକିସ୍ତାନ ଚିଲ ପକ୍ଷୀ ଏୟାରବୋର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍କୁ ମଧ୍ୟ ଖସାଇ ଦେଇଛି ଭାରତ । ଏହା ପାକିସ୍ତାନର ନିରୀକ୍ଷଣ ଏବଂ କମାଣ୍ଡ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ବାୟୁସେନା ମୁଖ୍ୟ ମାର୍ଶାଲ ଏହି ବାୟୁସେନା ଆକ୍ରମଣର ଶ୍ରେୟ ଋଷ ନିର୍ମିତ ଏ-୪୦୦ ବାୟୁସେନା ପ୍ରତିରକ୍ଷା ପ୍ରଣାଳୀକୁ ଦେଇଥିଲେ, ଯାହା ପାକିସ୍ତାନର ବିମାନଗୁଡ଼ିକୁ ଟାର୍ଗେଟ କରିଥିଲା । ବେଙ୍ଗାଲୁରୁରେ ଏୟାର ମାର୍ଶାଲ କାଟ୍ରେ ବାର୍ଷିକ ଉସôବରେ ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହ କହିଛନ୍ତି ଯେ ବାହାବଲପୁରରେ ଜୈଶ-ଏ-ମହମ୍ମଦ ମୁଖ୍ୟାଳୟ ଉପରେ ଆକ୍ରମଣ ପୂର୍ବରୁ ଓ ପରେ ସାଟେଲାଇଟ୍ ଚିତ୍ର ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଆଖପାଖର କୋଠାଗୁଡ଼ିକରେ କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷତି ହୋଇନାହିଁ ।  ସେ କହିଛନ୍ତି ଯେ ଆମେ କେବଳ ସାଟେଲାଇଟ୍ ଚିତ୍ର ପାଇ ନାହୁଁ ବରଂ ସ୍ଥାନୀୟ ଗଣମାଧ୍ୟମ ମାଧ୍ୟମରେ ଆତଙ୍କବାଦୀ ଆଡ୍ଡା ଭିତରେ ଚିତ୍ର ମଧ୍ୟ ପାଇଛୁ । ଭାରତ ମେ ୭ ତାରିଖରେ "ଅପରେସନ୍ ସିନ୍ଦୂର’ ଅଧୀନରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଏହାସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବନ୍ଦ କରିଥିବା ସବୁବେଳେ ଦାବି କରୁଛନ୍ତି । କିନ୍ତୁ ଟ୍ରମ୍ପଙ୍କ ଦାବିକୁ ବାୟୁସେନା ମୁଖ୍ୟ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଉଭୟ ଦେଶର ଡିଜିଏମଓ ସ୍ତରରେ ଆଲୋଚନା ମାଧ୍ୟମରେ ହିଁ ଯୁଦ୍ଧ ବନ୍ଦ ହୋଇଛି । ଏଥିରେ ଆମେରିକାର କୌଣସି ମଧ୍ୟସ୍ଥତା ନାହିଁ ।