ଧୋତି ପିନ୍ଧିବେ ପୁଲିସ, ପକାଇବେ ରୁଦ୍ରାକ୍ଷ ମାଳ

ଧୋତି ପିନ୍ଧିବେ ପୁଲିସ, ପକାଇବେ ରୁଦ୍ରାକ୍ଷ ମାଳ


ଲକ୍ଷ୍ନୌ : ଖାକି ଛାଡି ଏଥର ଧୋତି ପିନ୍ଧିବେ ପୁଲିସ କର୍ମୀ । କେବଳ ସେତିକି ନୁହେଁ ତିଲକ ଚନ୍ଦନ ଓ ଗଳାରେ ପକାଇବେ ରୁଦ୍ରାକ୍ଷ ମାଳ । ପୂଜାରୀଙ୍କ ଭଳି ଧାରଣ କରିବେ ଗେରୁଆ ବସ୍ତ୍ର । ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ପୁଲିସ କମିଶନର । ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଥିବା ଦେଖି ପୁଲିସ କମିଶନର ଏବେ ପୁଲସକର୍ମୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ ଲାଗୁ କରିଛନ୍ତି । ମନ୍ଦିରର ଗର୍ଭଗୃହରେ ନିୟୋଜିତ ଥିବା ପୁଲିସ କର୍ମ·ରୀମାନେ ସେଠାକାର ପୂଜାରୀଙ୍କ ଭଳି ବେଶଭୁଷା ଧାରଣା କରିବେ । ପୂଜାରୀଙ୍କ ଭଳି ପୁଲିସ କର୍ମୀମାନେ ଗେରୁଆ ରଙ୍ଗର ଧୋତି କୁର୍ତ୍ତା ପିନ୍ଧିବା ସହ ମୁଣ୍ଡରେ ତିଲକ ଓ ଗଳାରେ ରୁଦ୍ରାକ୍ଷ ମାଳ ପକାଇବେ । 
କାଶୀ ବିଶ୍ୱନାଥ ମନ୍ଦିରରେ ଯେଉଁଭଳି ପୁଲିସକର୍ମୀ ନିୟୋଜିତ ଅଛନ୍ତି, ତାକୁ ନେଇ ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ପେଲାଠେଲାର ସାମ୍ନା କରିବାକୁ ପଡୁଥିଲା । ଏଥିସହ ଭିଡ ଭିତରେ ଅନେକ ଶ୍ରଦ୍ଧାଳୁ ଦୁର୍ବ୍ୟବହାର ଶିକାର ହେଉଥିବା ଅଭିଯୋଗ ମଧ୍ୟ ହୋଇ ଆସୁଥିଲା । ଏହାର  ସମାଧାନ କରିବାକୁ ଯାଇ ବାରଣାସୀ ପୁଲିସ କମିଶନର ମୋହିତ ଅଗ୍ରୱାଲ ପୁଲିସ କର୍ମ·ରୀଙ୍କ ବେଶଭୁଷା ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
କମିଶନରଙ୍କ କହିବା ମୁତାବକ, ବିଶେଷ ରୂପେ ଶ୍ରଦ୍ଧାଳୁମାନେ ପୂଜାରୀମାନଙ୍କ କଥା ଅତି ସହଜରେ ମାନିଯାନ୍ତି । ଏଥିପାଇଁ ଏହି ସ୍ଥାନରେ ପୁଲିସକର୍ମୀମାନଙ୍କୁ ପୂଜାରୀଙ୍କ ବେଶଭୁଷାରେ ରହିବାକୁ ପଡିବ । ତେବେ ସମସ୍ତ ପୁଲିସକର୍ମୀ ଏଭଳି ବେଶ ଧାରଣ କରିବେ ନାହିଁ । କେବଳ ଗର୍ଭଗୃହରେ ନିୟୋଜିତ ପୁଲିସ କର୍ମୀଙ୍କ ପାଇଁ ଏହା ଲାଗୁ ହେବ । ଗହଳି ଭିତରେ ଯେଉଁ ଶ୍ରଦ୍ଧାଳୁମାନେ ବାବା ବିଶ୍ୱନାଥଙ୍କ ଦର୍ଶନ ନ କରି ହଜି ଯାଉଛନ୍ତି ସେମାନଙ୍କୁ ଏଠାରେ ନିୟୋଜିତ ପୁଲିସକର୍ମୀ ଗାଇଡ୍ ମଧ୍ୟ କରିବେ ।