ଅପରେସନ୍ ସିନ୍ଧୁ: ଇସ୍ରାଏଲ୍ ଓ ଇରାନ୍ରୁ ଫେରିଲେ ୬୫୮ ଭାରତୀୟ
ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଉଭୟ ଦେଶରୁ ନାଗରିକଙ୍କୁ ଉଦ୍ଧାର କରିବାରେ ଲାଗିଛି ଭାରତ । ଅପରେସନ୍ ସିନ୍ଧୁ ଜରିଆରେ ଆଜି ଏହି ଉଭୟ ଦେଶରୁ ୬୫୮ ଭାରତୀୟ ନାଗରିକ ଆସି ଦିଲ୍ଲୀରେ ଅବତରଣ କରିଛନ୍ତି । ଇସ୍ରାଏଲ୍ରୁ ୩୬୬ ଜଣ ଏବଂ ଇରାନ୍ରୁ ୨୯୨ ଜଣଙ୍କୁ ଆଜି ଉଦ୍ଧାର କରି ଦିଲ୍ଲୀ ଅଣାଯାଇଛି । ଇରାନ୍ର ତିନୋଟି ଆଣବିକ କେନ୍ଦ୍ରରେ ଆମେରିକା ମିସାଇଲ୍ ମାଡ଼ କରିବା ପରେ ଭାରତ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରିଛି । ଏହି କ୍ରମରେ ଆଜି ସକାଳ ପ୍ରାୟ ୮ଟା ବେଳେ ମୋଟ ୬୫୮ଜଣ ନୂଆଦିଲ୍ଲୀରେ ଅବତରଣ କରିଛନ୍ତି । ତେବେ ଆଜିର ୨୯୨ ଜଣଙ୍କୁ ମିଶାଇ ଇରାନ୍ରୁ ମୋଟ୍ ୨୨୯୫ଜଣଙ୍କୁ ଉଦ୍ଧାର କରାଯାଇସାରିଛି ।
ଇସ୍ରାଏଲ୍ରୁ ଆଜି ୧୬୧ ଜଣ ଯାତ୍ରୀ ଜୋର୍ଡାନ୍ ପର୍ଯ୍ୟନ୍ତ ସ୍ଥଳପଥରେ ଆସି ସେଠାରୁ ଏକ ବେସାମରିକ ବିମାନ ଯୋଗେ ଦିଲ୍ଲୀରେ ଆସି ପହଞ୍ଚôଥିଲେ । ସେହିପରି ଅନ୍ୟଏକ ଫ୍ଲାଇଟ୍ରେ ୧୬୫ଜଣ ଭାରତୀୟ ନାଗରିକ ଇସ୍ରାଏଲ୍ରୁ ଆସି ଦିଲ୍ଲୀରେ ପହଞ୍ଚôଥିଲେ । ଅପରପକ୍ଷେ ଇରାନ୍ର ମସାଦରୁ ୨୯୨ଜଣ ଭାରତୀୟ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଆଜି ଭୋର୍ ୩.୩୦ରେ ଦିଲ୍ଲୀରେ ପହଞ୍ଚô ଥିଲେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ୍ କହିଛନ୍ତି । ଅପରେସନ୍ ସିନ୍ଧୁ ଜରିଆରେ ଆଜି ପର୍ଯ୍ୟନ୍ତ ମୋଟ ୨୨୯୫ଜଣ ଭାରତୀୟଙ୍କୁ ଊଦ୍ଧାର କରାଯାଇଥିବା ଜୟସ୍ୱାଲ୍ ସୂଚନା ଦେଇଛନ୍ତି ।