ଆଗୁଆ ଆସିବ, ଅଧିକ ବର୍ଷିବ ମୌସୁମୀ

ଆଗୁଆ ଆସିବ, ଅଧିକ ବର୍ଷିବ ମୌସୁମୀ


 ନୂଆଦିଲ୍ଲୀ : ଇଣ୍ଡିଆନ ଓସିନ ଡିଆଇପୋଲ୍  ଏବଂ ଲା ନିନା ଏକାଠି ସକ୍ରିୟ ହେଉଥିବାରୁ ପୂର୍ବ ଅପେକ୍ଷା ଚଳିତ ବର୍ଷ ମୌସୁମୀ ସମ୍ଭବତଃ ଆଗରୁ ଆସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଅଧିକ ପରିମାଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଲା ନିନା ଏକ ବିରଳ ପାଣିପାଗ ଘଟଣା, ଯାହା ମଧ୍ୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ହାରାହାରି ସମୁଦ୍ର ପୃଷ୍ଠର ତାପମାତ୍ରା ଓ ଭାରତ ମହାସାଗର ଡିଆଇପୋଲ୍ ବା ଆଇଓଡି ଠାରୁ ଅଧିକ ଶୀତଳ କାରଣରୁ ହୋଇଥାଏ । ଭାରତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାରେ ପରିବର୍ତ୍ତନ କାରଣରୁ ମଧ୍ୟ ଲା ନିନା ସୃଷ୍ଟି ହୋଇଥାଏ । ଏହା ବୃଷ୍ଟିପାତ-ପରିସଂଖ୍ୟାନ ବିଶ୍ଳେଷଣ କରିବା ପାଇଁ ଅନୁସନ୍ଧାନକାରୀଙ୍କୁ ଏକ ସମୃଦ୍ଧ ତଥ୍ୟ ସଂଗ୍ରହ କରିବା କ୍ଷେତ୍ରରେ ଆକର୍ଷଣୀୟ ସୁଯୋଗ ପ୍ରଦାନ କରିଥାଏ । ଏହି ପ୍ରକ୍ରିୟା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଲା ନିନା କାରଣରୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।