ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଦେହାନ୍ତ
ଆନନ୍ଦପୁର: ଅବସରପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁପର ସ୍ପୋଶାଲ ଆସିଷ୍ଟାଣ୍ଟ କର୍ମଚାରୀ କୃଷ୍ଣ ନାରାୟଣ ସାହୁ (୬୫)ଙ୍କ ଦେହାନ୍ତ ହୋଇଯାଇଛ । ଘରେ ବସିଥିବା ସମୟରେ ହଠାତ ଅସୁସ୍ଥତା ଅନୁଭବ କରି ଚେତାଶୂନ୍ୟ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ମସ୍ତିଷ୍କରେ ଆଘାତ ଲାଗିଥିବା ଜଣାପଡିବାପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଇଥିଲେ । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଆନନ୍ଦପୁରସ୍ଥ ପୈତୃକ ବାସଭବନକୁ ଅଣାଯାଇଥିଲା । ସେଠାରେ ପ୍ରାକ୍ତନ ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ନଗର ମଣ୍ଡଳ ସଭାପତି ହେମନ୍ତ ସାହୁ, କାଉନସିଲର ପ୍ରତିନିଧି ସତ୍ୟବ୍ରତ ରାମ, ପ୍ରାକ୍ତନ ନଗରମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ଇଂ. କିରନ ପାଢ଼ୀ, ହରେକୃଷ୍ଣ ପାତ୍ର, ସମାଜସେବୀ ରାମଚନ୍ଦ୍ର ଜେନା, ଯୁବନେତା ସମ୍ବିତ ଦାସ, ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟା ହରେକୃଷ୍ଣ ପତିଙ୍କ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପତ୍ନୀ ମନୋରମା, ପୁତ୍ର ଶୈଳେନ୍ଦ୍ର, ବୀରେନ୍ଦ୍ର, ଭାଇ ମାନେ ରହିଥିଲେ । ବୈତରଣୀ ନଦୀ କୂଳରେ ଅନ୍ତିମ ସଂସ୍କାର କରାଯାଇଥିଲା ।