ଭାରତ ବିକାଶ ପରିଷଦ ପୁରୀ ଶାଖାର ବାର୍ଷିକ ଉସବ
ପୁରୀ: ଭାରତ ବିକାଶ ପରିଷଦ ପୁରୀ ଶାଖାର ବାର୍ଷିକ ଉସôବ ହୋଟେଲ ହଲିଡ଼େ ରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଶତ୍ରୁଘ୍ନ ପୂଜାହାରୀ, ବିଶିଷ୍ଟ ଚିକିସôକ ପଦ୍ମଶ୍ରୀ ଡ଼କ୍ଟର ଅଶୋକ କୁମାର ମହାପାତ୍ର, ଭାରତ ବିକାଶ ପରିଷଦର ପୂର୍ବକ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, କ୍ଷେତ୍ରୀୟ ମହିଳା ସହଭାଗିତା, କ୍ଷେତ୍ରୀୟ ସଚିବ ଶ୍ରୀମତୀ ସୁପ୍ରୀତି ରଥ, ଓଡ଼ିଶା ପୂର୍ବପ୍ରାନ୍ତର ପ୍ରାନ୍ତୀୟ ଅଧ୍ୟକ୍ଷ ସତ୍ୟବାଦୀ ଦାସ, ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ, ରାଜକିଶୋର ପାତ୍ର, ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଶ୍ରୀ ପୂଜାହାରୀ ଭାରତ ବିକାଶ ପରିଷଦର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଶିଷ୍ଟ ଚିକିସôକ ପଦ୍ମଶ୍ରୀ ଡ଼କ୍ଟର ମହାପାତ୍ର ସୁସ୍ଥ ରହିବା ପାଇଁ ମନୁଷ୍ୟର ଜୀବନଧାରା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଶାଖା ସଚିବ ସନ୍ତୋଷ କୁମାର ମହାନ୍ତି ସଭାର ସଂଯୋଜନା କରିଥିବାବେଳେ ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ନାରାୟଣ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ୨୦୨୫-୨୬ ମସିହା ପାଇଁ ନୂତନ ଅଧ୍ୟକ୍ଷ ଭାବେ ଡ଼କ୍ଟର ନାରାୟଣ ଚନ୍ଦ୍ର ଦାସ, ସଚିବ ଭାବେ ସନ୍ତୋଷ କୁମାର ମହାନ୍ତି, କୋଷାଧ୍ୟକ୍ଷ ଭାବେ ହରପ୍ରସାଦ ମହାପାତ୍ର, ସଂପର୍କ ଆବାହକ ଭାବେ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ, ସଂସ୍କାର ଆବାହକ ଭାବେ ବୁଦ୍ଧଦେବ ମହାପାତ୍ର, ସେବା ଆବାହକ ରାଜେଶ୍ୱର ମହାରଣା, ପର୍ଯ୍ୟାବରଣ ଆବାହକ ପତିତପାବନ ସାମନ୍ତରାୟ, ମହିଳା ସହଭାଗିତା ଉର୍ମିଳା ସ୍ୱାଇଁ ପ୍ରମୁଖ ଶପଥ ପାଠ ପୂର୍ବକ ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
