ବେଧକଡ ଚାଲିଛି ପଲିଥିନ କାରବାର, ପ୍ରଭାବିତ ହେଉଛନ୍ତି ଗୃହପାଳିତ ପଶୁ
ଚମ୍ପୁଆରୁ ଶୁଶାନ୍ତ କୁମାର ମହନ୍ତ : ଚମ୍ପୁଆ ଏନଏସିରେ ପଲିଥିନ ବ୍ୟବହାର ଉପରେ କଟକଣା ରହିଥିଲେ ବି ବେଧକଡ ଭାବେ ବିକ୍ରି ଓ ବ୍ୟବହାର ହେଉଛି ପଲିଥିନ । ବିଶେଷ ଭାବରେ ଖାଦ୍ୟପଦାର୍ଥ ଲାଗିଥିବା ପଲିଥିନ ବର୍ତ୍ତମାନ ବୁଲା ଗାଇ ଗୋରୁଙ୍କ ଖାଦ୍ୟ ପାଲଟି ଗଲାଣି । ମାତ୍ର ଏନଏସି ପ୍ରଶାସନ ପକ୍ଷରୁ ଏଥିପାଇଁ ନିଆଯାଉନାହିଁ ବଳିଷ୍ଠ ପଦକ୍ଷେପ । ପରିବେଶକୁ ପ୍ରଦୂଷଣ କରିବାର ମୂଖ୍ୟ ଭୂମିକା ଗ୍ରହଣ କରୁଥିବା ପଲିଥିନ ଏବେ ଗୃହପାଳିତ ପଶୁଙ୍କ ଉପରେ ପ୍ରଭାବ ପକାଇ ସାରିଲାଣି । ସୂଚନା ଅନୁସାରେ ଚମ୍ପୁଆ ମୂଖ୍ୟ ବଜାରରେ ଏନଏସି ପକ୍ଷରୁ ସର୍ବସାଧାରଣ ତଥା ବ୍ୟବସାୟୀଙ୍କ ବ୍ୟବହାର ନିମନ୍ତେ ବଜାର ମଧ୍ୟରେ ଥିବା ଡଷ୍ଟବିନ ôରଖାଯାଇଥିଲା । ଉଠାଦୋକାନୀ ଠାରୁ ଆରମ୍ଭ କରି ବସା ଦୋକାନି ମାନେ ଦୋକାନରୁ ନିତିଦିନ ବାହାରୁଥିବା ମଇଳା ଏହି ଡଷ୍ଟବିନରେ ପକାଉଥିଲା । ମାତ୍ର ଦିନକୁ ଦିନ ଏହି ଡଷ୍ଟବିନ ସଂଖ୍ୟା କମିବାରେ ଲାଗିଛି । ଫଳରେ ଦୋକାନୀମାନେ ରାତିହେଲେ ଦୋକାନରୁ ବାହାରୁଥିବା ଅଇଳା ରାସ୍ତା ଉପରେ ଜମା କରୁଛନ୍ତି । ରାତିହେଲେ ବୁଲା ଗାଇ ଗୋରୁ ବଜାରଉପରେ ରୁଣ୍ଡହେଇ ରାସ୍ତାଉପରେ ପଡିଥିବା ପଲିଥିନଯୁକ୍ତ ଅଳିଆ ଗଦାରେ ଖାଦ୍ୟ ଅନ୍ନେଶ୍ୱଣ କରିବା ସହତ ପଲିଥିନରେ ଲାଗିଥିବା ଗୁଡ, ତେଲ ତଥା ଅନ୍ୟ ଖାଦ୍ୟପଦାର୍ଥ ଲାଗିଥିବା ପଲିଥିନକୁ ଖାଇ ଦେଉଥିବା ଦେଖିବାକୁ ମିଳୁଛି । ଏନେଇ ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ସ୍ୱାଇଁଙ୍କୁ ପଚାରିବାରୁ କହିଛ"ି ଯେ ମୁଁ ନିଜେ ଯାଇ ଦେଖିବା ସହିତ ଖୁବଶିଘ୍ର ଏହାର ସମାଧାନ ପାଇଁ ପକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।