"ଅଳିଆ ଗଦା ହଟାଅ, ସୈନିକ ସ୍କୁଲ ବଞ୍ଚାଅ’ ଅଭିଯାନ: ମନ୍ତ୍ରୀ, ମେୟରଙ୍କ ବାସଭବନ ଘେରିବ ବିଏମ୍ସି

 ଭୁବନେଶ୍ୱର: ବିଏମସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି "ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ’ ଅଭିଯାନ କରାଯାଇଛି । ଏହାକୁ ଭିତ୍ତିକରି  ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟର କନ୍ଫରେନ୍ସ ହଲ୍ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଓ କମିଟି ପକ୍ଷରୁ ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ ଏଥିରେ ଅଧ୍ୟକ୍ଷତା କରି ଆସନ୍ତା କାଲି ଠାରୁ ବିଏମ୍ସି ଏହି ଅଭିଯାନ କରିବ ବୋଲି ଆହ୍ୱାନ ଦେଇଥିଲେ । ଅଭିଯାନର କର୍ମକର୍ତ୍ତାମାନେ ମିଳିତ ଭାବେ ଗାଡ଼କଣ ଅଲିଅଗଦା ସହ ପ୍ରସ୍ତାବିତ ପଳାଶୁଣି ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ମେହେରପଲ୍ଲୀ ଓଦା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟର ସର୍ବେକ୍ଷଣ କରିବେ । ଅଳିଆଗଦା ଯୋଗୁ ଯେଉଁଭଳି ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ଏବଂ ସ୍ଥାନୀୟ ଲୋକ ଯେଉଁଭଳି ଭାବେ ଏ ଦଶା ଭୋଗୁଛନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ । ବୈଠକ ନିଷ୍ପତ୍ତି ଅନୁସାରେ ଅଳିଆ ବ୍ୟାଗ ଧରି କମିଶନର, ମେୟର, ସଚିବ ଓ ସହର ବିକାଶ ମନ୍ତ୍ରୀଙ୍କ ଘର ଆଗରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଘୋଷଣା କରାଯାଇଥିଲା ।
କମିଶନର ପାଟିଲ ଆଗାମୀ ଜୁନ ସୁଦ୍ଧା ସେଠାରୁ ଶୁଖିଲା ଅଳିଆ ଆଉ ଆସିବ ନାହିଁ, ତାକୁ ପଳାଶୁଣୀ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପ୍ରୋସେସିଂ କରାଯିବା ସହ ୧୮ ମାସ ଭିତରେ ମେହେରପଲ୍ଲୀ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଓଦା ଅଳିଆ ସବୁ ପ୍ରୋସେସିଂ କରାଯିବାକୁ ଦାବି ଉପସ୍ଥାପନା କରାଯିବ ବୋଲି କହିଥିଲେ । ସେହିପରି ପୁରୀ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାକୁ ନେଇ ସବୁ ଅଳିଆକୁ ନେଇ ଏକ ବୃହତର ପ୍ଲାଣ୍ଟ ମାଧ୍ୟମରେ ବିଦୁ୍ୟତ ଶକ୍ତି ଉତ୍ପାଦନ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଗାଡ଼କଣ ସୈନିକ ସ୍କୁଲ ଠାରେ ଥିବା ବିଏମ୍ସିର ଅସ୍ଥାୟୀ ଅଳିଆ ଗଦାକୁ ସ୍ଥାୟୀ ଭାବେ ଶହ ଶହ  ଗାଡ଼ିରେ ୩୫୦ ମେଟ୍ରିକ ଟନ ଅଳିଆ ଦୈନିକ ପକାଯାଉଥିବାରୁ ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ବୈଠକରେ ଆବାହକ ଭିକ୍ଷାକାରୀ ତ୍ରିପାଠୀ, ପ୍ରିତିଶ ବାସା, ଅଶୋକ ପାଇକରାୟ, ସିଦେ୍ଧଶର ନାୟକ, ପ୍ରସନ୍ନ ବିଷୋୟୀଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।