ଜଗନ୍ନାଥଙ୍କ ଆଶୀର୍ବାଦରୁ ଜନ୍ମଭୂମିକୁ ଫେରିଛି: ରଘୁବର ଦାସ

ଓଡିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ରଘୁବର ଦାସ ଜାନୁଆରୀ ପ୍ରଥମ ସପ୍ତାହରେ ଭାଜପାରେ ଯୋଗଦେବେ। ରାଷ୍ଟ୍ରପତି ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି, କିନ୍ତୁ ନୂତନ ରାଜ୍ୟପାଳଙ୍କ ଶପଥ ଗ୍ରହଣ ପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟକାରୀ ରାଜ୍ୟପାଳ ଭାବରେ ଜାରି ରଖିବାକୁ କୁହାଯାଇଛି। ଏହି ଦାୟିତ୍ୱରୁ ମୁକ୍ତି ପାଇବା ପରେ ସେ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦେବେ।