ଅସିତ୍ ମହାନ୍ତି ବିଜେପି ମଣ୍ଡଳ ସଭାପତି
ସାଲେପୁର : ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କଟକ ଗ୍ରାମୀଣ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କ ଅନୁମୋଦନକ୍ରମେ ସାଲେପୁର ମଣ୍ଡଳ ସଭାପତି ଭାବେ ଅସିତ୍ କୁମାର ମହାନ୍ତିଙ୍କୁ ନିଯୁକ୍ତି କରାଯାଇଥିବା ଜଣାଯାଇଛି । ଶ୍ରୀ ମହାନ୍ତି ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ ପଦପଦବୀରେ ରହିବା ସହ ଭାରତୀୟ ଜନତା ପାର୍ଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଆସିଛନ୍ତି । ଗତ ସାଧାରଣ ନିର୍ବାଚନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ତାଙ୍କୁ ପ୍ରଭାରୀ ରୂପେ ଦାୟିତ୍ୱ ଦେଇଥିଲା । ସାଲେପୁର ନିର୍ବାଚନ ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ମଣ୍ଡଳ ସଭାପତି ଭାବେ ତାଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ସେ ମଣ୍ଡଳ ସଭାପତି ଦାୟିତ୍ୱ ନେବା ପରେ ସାଲେପୁର ମଣ୍ଡଳରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ସହ ବିଜେପିର ଆଭିମୁଖ୍ୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଶ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ଘରେ ଘରେ ବୁଲି ବିଜେପି ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ସେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । ଏଥିସହିତ ତାଙ୍କୁ ମଣ୍ଡଳ ସଭାପତି ଭାବେ ମନୋନୀତ କରାଯାଇଥିବାରୁ ସେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ମହାନ୍ତି ମଣ୍ଡଳ ମନୋନୀତ ହୋଇଥିବାରୁ ସାଲେପୁର ବିଜେପି ନେତା କୁଂଜମୋହନ ସେଠୀ, ବିଜୟ କେତନ ଜେନା, ବିଜୟଲକ୍ଷ୍ମୀ ଦାଶ, ଦିଲ୍ଲୀପ ଦାଶ, ପାର୍ଥସାରଥୀ ସାହୁ, ଅମିତା ସାହାଣୀ, ପଙ୍କଜ ଘର୍ତ୍ତି, ଜଗାଶିଷ କର, ଅମିତ୍ ମହାନ୍ତି, ରମେଶ ରାଉତ, ସନ୍ତୋଷ କୁମାର ରାଉତ, ନିରୂପମା ସିଂହ, ରବିନ୍ଦ୍ର କୁମାର ବେହେରା, ସନ୍ତୋଷ କୁମାର ଭୂୟାଁ, ସତ୍ୟ, ଶିବସୁନ୍ଦର କର, ଲୋଲୁପ ବିଶ୍ୱାଳ ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ।