ଅଣଗେଜେଟେଡ୍ କର୍ମଚାରୀ ସଙ୍ଘର ବୈଠକ
ଜୟପୁର : ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କୋରାପୁଟ ଜିଲ୍ଲା ଶାଖା, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଓ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ମିଳିତ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କୋରାପୁଟ ଜିଲ୍ଲା ଶାଖା, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ରାଜ୍ୟ ସଭାପତିଙ୍କ ଆହ୍ୱାନ କ୍ରମେ ସମସ୍ତ ବିଭାଗରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶତାଧିକ କର୍ମଚାରୀ ଯୋଗଦାନ କରିଥିଲେ ।
କର୍ମଚାରୀ ମାନଙ୍କ ପ୍ରମୁଖ ୩ ଗୋଟି ଦାବି ପୁରଣ ନିମନ୍ତେ ଉକ୍ତ ବୈଠକରେ ଯୋଗଦାନ କରିଥିବା କର୍ମଚାରି ମାନେ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସରକାର ଜନତାଙ୍କ କଥା ଚିନ୍ତା କରୁଥିବା ବେଳେ କର୍ମଚାରି ମାନେ କଣ ଜନତା ନୁହଁନ୍ତି କି ବୋଲି ଉପସ୍ଥିତ କର୍ମଚାରୀ ମାନେ ମତପ୍ରକାଶ କରିଥିଲେ । ଦାବି ଗୁଡ଼ିକ ସମସ୍ତ କର୍ମଚାରୀ ଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବା, ପୁରୁଣା ପେନସନ ପ୍ରଦାନ କରିବା, ଯୋଗ୍ୟତା ଭିତ୍ତିରେ ଦରମା ପ୍ରଦାନ କରିବା ଏହି ମୁଖ୍ୟ ଦାବି ଗୁଡ଼ିକୁ ସରକାର ପୁରଣ କରି ସ୍ୱଳ୍ପ ବେତନ ଭୋଗୀ କର୍ମଚାରି ମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଉପସ୍ଥିତ କର୍ମଚାରୀ ସରକାର ଅନୁରୋଧ କରିଥିଲେ । ଏହି ବୈଠକରେ ନରେନ୍ଦ୍ର ନାଥ ତ୍ରିପାଠୀ ଓଡ଼ିଶା ଅମଲା ସଂଘର ପୁର୍ବତନ ଉପସଭାପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ବେଳେ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଜଗନ୍ନାଥ ମାଝୀ ଓଡ଼ିଶା ଅମଲା ସଂଘ ଉପ ସଭାପତି କୋରାପୁଟ ଜିଲ୍ଲା ଶାଖା କୈଳାସ ସାମନ୍ତରାୟ ଉପଦେଷ୍ଟା ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କୋରାପୁଟ ଜିଲ୍ଲା ଶାଖା ବାଜି ସେଠି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କୋରାପୁଟ ଜିଲ୍ଲା ଶାଖା ୱାଇ ଶ୍ରୀନିବାସ ରାଓ ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଦୋରାଗୁଡା ତଥା ଜୟପୁର ବ୍ଲକ୍ ଶିକ୍ଷକ ସଂଘ ସମ୍ପାଦକ ଭାଗିରଥି ବାରିକ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସମସ୍ତ ଉପସ୍ଥିତ କର୍ମଚାରୀଙ୍କ ମତାମତକୁ ଭିତ୍ତିକରି ରାଜ୍ୟ ସଂଘକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟରେ ଏକ କର୍ମଚାରି ମହାମଞ୍ଚ ଗଠନ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି । ପରି ଶେଷରେ ଜଗଦୀଶ ମିଶ୍ର ଶିକ୍ଷକ ତଥା ବରିଷ୍ଠ ସଦସ୍ୟ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କୋରାପୁଟ ଜିଲ୍ଲା ଶାଖା ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।