ଅହଲ୍ୟା ବଗର୍ତିଙ୍କୁ ସମ୍ମାନ ଜନକ ଡକ୍ଟରେଟ୍ ଆୱାର୍ଡ
ନୂଆପଡ଼ା : ବରଗଡ ଜିଲ୍ଲା ଅନ୍ତର୍ଗତ ବାଦୀ କଟା ଗ୍ରାମର ଶ୍ରୀମତି ଅହଲ୍ୟା ବଗର୍ତୀ ସେବା ଓ ଖେଳ ପାଇଁ ସମ୍ମାନ ଜନକ ଡକ୍ଟରେଟ ଆୱାଡ୍ ପାଇଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପଞ୍ଜିକୃତ "ୱାର୍ଲଡଚାରିଟି ୱାଲଫେୟାର ଫାଉଣ୍ଡେସନ"ନୁଆଦିଲ୍ଳୀ ପକ୍ଷରୁ ଏହି ଆୱାର୍ଡ ତାଙ୍କୁ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ସମାରୋହରେ ଫାଉଣ୍ଡେସନର ପରିଚାଳନା କର୍ମକର୍ତ୍ତା ଏବଂ ବିଭିନ୍ନ ଅତିଥି ରହି ମାନପତ୍ର, ଉତ୍ତରୀୟ ସହିତ ମେଡାଲ ପ୍ରଦାନ କରି ଏତେ କମ ବୟସରୁ ସେବା ପାଇଁ ଅଣ୍ଟା ଭିଡି ଥିବାରୁ ଶ୍ରୀମତି ଅହଲ୍ୟାଙ୍କୁ ପ୍ରଶଂସା କରିଥିଲେ । ଶ୍ରୀମତି ଅହଲ୍ୟା ଏହି ଆୱାର୍ଡ ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ତଥା ଶୁଭେଚ୍ଛାର ସୁଅ ଛୁଟୁଥିବାର ଦେଖିବାକୁ ମିଲୁଛି ।