ୱଣ୍ଡରଲା ଆଣିଲା ଗ୍ରୀଷ୍ମ ଅଫର

 ଭୁବନେଶ୍ୱର : ଭାରତର ସର୍ବବୃହତ ଆମ୍ୟୁଜମେଂଣ୍ଟ ପାର୍କ ଶୃଙ୍ଖଳା ୱଣ୍ଡରଲା ହଲିଡେଜ ଲିମିଟେଡ ପକ୍ଷରୁ ଆଜି ଏହାର ଭୁବନେଶ୍ୱର ପାର୍କରେ ଦୁଇଟି ନୂଆ ଆକର୍ଷଣ 'ଫଙ୍କି ମଙ୍କି' ଓ 'ୱଣ୍ଡରଲା ବାମ୍ବା'ର ଶୁଭାରମ୍ଭ କରାଯାଇଛି । ଗ୍ରୀଷ୍ମ ଋତୁ ପାଇଁ ସମୟୋପଯୋଗୀ ଏହି ନୂଆ ଯାତ୍ରାରେ ୱଣ୍ଡରଲାର ଉଚ୍ଚ-ରୋମାଂଚ ଏବଂ ପାରିବାରିକ ଅନୁକୂଳ ଅନୁଭୂତିର ପୋର୍ଟଫୋଲିଓକୁ ବିସ୍ତାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି  । ଲୋକପ୍ରିୟ ଅଭିନେତା ତଥା ଗାୟକ ବାବୁଶାନ ମହାନ୍ତିଙ୍କ ସହ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ଏମଡି ଅରୁଣ କେ ଚିତିଲପିଲି, ସିଓଓ ଧୀରନ ଚୌଧୁରୀ ଓ ଭୁବନେଶ୍ୱର ପାର୍କ ମୁଖ୍ୟ କଳ୍ପତରୁ ନାୟକଙ୍କ ଉପସ୍ଥିତିରେ ପାର୍କରେ ଏହି ଉନ୍ମୋଚନ ଉତ୍ସବ ପାଳିତ ହୋଇଥିଲା । 
ଫଙ୍କି ମଙ୍କି: ଏହା ହେଉଛି ୭ ମିଟର ଉଚ୍ଚତା ବିଶିଷ୍ଟ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଏକ ଆକର୍ଷଣ, ଯେଉଁଥିରେ ଏକ କ୍ୟାବିନ୍ ରହିଛି  । ସେଥିରେ ଏକ ରୋମାଞ୍ଚକର ତଥା ସୁରକ୍ଷିତ ଅନୁଭୂତି ପାଇଁ ୬ ଜଣ ପିଲାଙ୍କୁ ସୁଗମ ଉପର ଓ ତଳକୁ ଗତିରେ ରଖାଯାଇଥାଏ  । ୱଣ୍ଡରଲା ବାମ୍ବା ଏହି ରୋମାଞ୍ଚକର ଯାତ୍ରାରେ ୧୮ ଜଣ ଯାତ୍ରୀ ରହିପାରିବେ ଏବଂ ୧୦ ଆରପିଏମ ପର୍ଯ୍ୟନ୍ତ ବେଗରେ ଉଭୟ କ୍ଲକ ୱାଇଜ ଏବଂ ଆଂଟି-କ୍ଲକ୍ ୱାଇଜ୍ ଦିଗରେ ୩୬୦ ଡିଗ୍ରୀ ଘୂର୍ଣ୍ଣାୟମାନ ଅନୁଭୂତି ପ୍ରଦାନ କରିବ  ।
ଏହି ଉନ୍ମୋଚନ ଅବସରରେ ୱଣ୍ଡରଲା ହଲିଡେଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ଏମଡି ଅରୁଣ କେ ଚିତିଲାପିଲି କହିଛନ୍ତି ଯେ, ‘ଆମ ଭୁବନେଶ୍ୱର ପାର୍କରେ ଦୁଇଟି ପାରିବାରିକ ଯାତ୍ରା ଯୋଡ଼ିବା ସବୁ ବୟସ ବର୍ଗ ପାଇଁ ବିବିଧ, ଉଚ୍ଚମାନର ଆମୋଦ ପ୍ରଦାନ ପାଇଁ ଆମର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଜୁନ୍ ୩୦ ପର୍ଯ୍ୟନ୍ତ ଉପଲବ୍ଧ ଥିବା ଗ୍ରୀଷ୍ମକାଳୀନ ଅଭିଯାନରେ ଅନେକ ସ୍ୱତନ୍ତ୍ର ଅଫର ମଧ୍ୟ ରହିଛି  । ଆଗୁଆ ବୁକିଂ ଉପରେ ୨୫% ପର୍ଯ୍ୟନ୍ତ ରିହାତି  । ବରିଷ୍ଠ ନାଗରିକଙ୍କ ପାଇଁ ୫୦% ରିହାତି  । ଦଶମ-ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୩୫% ରିହାତି  । ଜନ୍ମଦିନ ମାସରେ ଯେକୌଣସି ସମୟରେ ଅତିଥିମାନଙ୍କ ପାଇଁ ବାଏ-ୱାନ-ଗେଟ୍-ୱାନ୍-ଫ୍ରି  । ମୋ ବସ୍ ବ୍ୟବହାର କରୁଥିବା ପର୍ଯ୍ୟଟକଙ୍କ ପାଇଁ ଟିକେଟ ଉପରେ ୧୫% ରିହାତି ଭଳି ସୁଯୋଗ ରହିଛି  ।