ବଢ଼ିଲା ଡାଲି, ତେଲ, ଚାଉଳ ଦର

ବଢ଼ିଲା ଡାଲି, ତେଲ, ଚାଉଳ ଦର

ବ୍ରହ୍ମପୁର: ଗଣତନ୍ତ୍ରର ମହାପର୍ବ ସରୁ ସରୁ ବଜାରରେ ସମସ୍ତ ସାମଗ୍ରୀର ଦର ବୃଦ୍ଧି ହୋଇଛି । ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଜେପି କେବଳ ସମୀକ୍ଷା ସହ ଶାସନ ଗାଦିରେ ବସିବାକୁ ଯାଉଛି । ଏପଟେ ନିର୍ବାଚନ ଶେଷ ହେଉ ହେଉ ଚାଉଳ, ଡାଲି, ତେଲ, ସୁଜି, ଅଟା,ମସଲା ସାମଗ୍ରୀ ସାଙ୍ଗକୁ ପରିବା ଦର ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ସାଧାରଣ ଜନତା ଗରିବ ଗୁରୁବା ଦର ବୃଦ୍ଧି ଯୋଗୁଁ ଏବେ ଠାରୁ ତ୍ରାହି ତ୍ରାହି ଡାକିଲେଣି । ଦୀର୍ଘ ବର୍ଷର ସରକାର କୁ ଲୋକେ ପରିବର୍ତ୍ତନ କରି ଖୁସି ମନେଇବା ବେଳେ ଏବେ ଦରଦାମ ବୃଦ୍ଧି ଯୋଗୁଁ ଲୋକେ ଧରମକୁ ଆଦରି ଚୁପଚାପ ଅଧିକ ଦରରେ ସମସ୍ତ ସାମଗ୍ରୀ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି । ଗତ ସପ୍ତାହରୁ ଚାଉଳ, ତେଲ, ଯାଇରେ କିଲୋ ପ୍ରତି ୧୫ ଟଙ୍କାରୁ ଊଦ୍ଧ୍ୱର୍ ବଢ଼ିଥିବା ବେଳେ ଅଟା ସୁଜିରେ ୧୨ ଟଙ୍କା ମସଲା ଜାତୀୟ ଦ୍ରବ୍ୟରେ ମନଇଚ୍ଛା ଦର ବଜାରରେ ବିକ୍ରି ହେଉଛି । ଲୋକେ ଏବେ ଠାରୁ ତ୍ରାହି ତ୍ରାହି ଡ଼ାକିଲେଣି । ଏପଟେ ନିର୍ବାଚନ ସରୁ ସରୁ ବଜାରରେ ସମସ୍ତ ସାମଗ୍ରୀର ଦର ହୁଁ ହୁଁ ହୋଇ ବଢ଼ିଚାଲିଛି । ଚଳିତ ଥର ନୂଆ ସରକରା କିପରି ଦର ନିୟନ୍ତ୍ରଣ କରୁଛି ଦେଖିବାକୁ ବାକି ରହିଲ। ।