ଅହଲ୍ୟାବାଇଙ୍କ ଜନ୍ମ ଜୟନ୍ତୀ ପାଳିତ
ଜଟଣୀ : ଦେବୀ ଅହଲ୍ୟାବାଇ ହୋଲକରଙ୍କ ଜନ୍ମର ୩ଶହ ବର୍ଷ ପୂର୍ତ୍ତି ହୋଇଛି । ସେହି ଯୋଗଜନ୍ମା ରାଣୀଙ୍କର ଇତିହାସକୁ ମନେପକାଇ ତାଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଛି । ଏହି ଅବସରରେ ମହିଳା ସମନ୍ୱୟ ପୂର୍ବ ଜଟଣୀରେ ପୂର୍ବ ପ୍ରାନ୍ତ ସମନ୍ୱୟ ଟୋଲୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକଙ୍କ ସଂଯୋଜନାରେ ଏହି ଜନ୍ମୋତ୍ସବ ପାଳନ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ପୂର୍ବପ୍ରାନ୍ତ ମହିଳା ସମନ୍ୱୟ ସଂଯୋଜିକା ଗୀତାଞ୍ଜଳି ଜେନା ଓ ପୁରୀ ବିଭାଗ ସଂଯୋଜିକା ମନସ୍ମିତା ଜେନା ଉପସ୍ଥିତ ରହି ଦେବୀ ଅହଲ୍ୟାବାଇଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ଅପରେସନ ସିନ୍ଦୁରରେ ନାରୀ ଶକ୍ତିଙ୍କ ସଫଳତା ଓ ବୀର ଯବାନ ବିରତ୍ୱ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗ ଓ ବିଭିନ୍ନ କ୍ଷେତ୍ରରୁ ବହୁ ମହିଳା ଯୋଗଦାନ କରିଥିଲେ । ଏହିକ୍ରମରେ ଜ୍ୟୋସ୍ନା ମୟୀ ବଡ଼ଜେନା, ବାସନ୍ତୀ ନାୟକ, ଶୁଚିସ୍ମିତା ବଡ଼ଜେନା, ନିରୁପମା କର, ରୀନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରତ୍ନାପ୍ରଭା ପଣ୍ଡା ଧନ୍ୟବାଦ ଦେଇଥିଲେ ।