ପୁଣି ବଣ୍ଡାଘାଟିରେ ଜନନୀ ଯନ୍ତ୍ରଣା : ୭ କିଲୋମିଟର ବୁହା ହେଲେ ଗର୍ଭବତୀ

 ମାଲକାନଗିରି : ରାସ୍ତା ନଥିବାରୁ ଦୀର୍ଘ ଦଶ କିଲୋମିଟର ବୋହିଲେ ଗର୍ଭବତୀ ମହିଳାଙ୍କୁ । ବାରମ୍ବାର ଏଭଳି ଜନନୀ ଯନ୍ତ୍ରଣାର ଚିତ୍ର ମାଲକାନଗିରି ଜିଲ୍ଲାରୁ ଆସୁଥିବା ବେଳେ ଆଜି ପୁଣି କିଛି ସମାନ ଦୃଶ୍ୟ ସାମ୍ନାକୁ ଆସିଛି ଜିଲ୍ଲାର ଖଇରପୁଟ ବ୍ଲକ ବଣ୍ଡାଘାଟିରୁ । ସୂଚନା ଅନୁଯାୟୀ ବଣ୍ଡା ଘାଟିର ଭଜଗୁଡା ଗ୍ରାମର ରଞ୍ଜନ ଭଜଙ୍କ ସ୍ତ୍ରୀ ସୁନାଇ ଭଜ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ । ତେବେ ଶୋଚନୀୟ ଅବସ୍ଥା  ରାସ୍ତା ଥିବା ଯୋଗୁ ଆମ୍ବୁଲାନ୍ସଟି ଗାଁକୁ ଆସି ପାରି ନଥିଲା । ତୁସେଇପଡା ଗାଁ ମୁଣ୍ଡରେ ଆମ୍ବୁଲାନ୍ସ ଅଟକି ରହିଥିବା ବେଳେ ପରିବାର ଲୋକେ ଓ ଆଶା ଦିଦିଙ୍କ ସହିତ ଦୀର୍ଘ ଦଶ କିଲୋମିଟ ବୋହି ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା । ସେଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଗଲା । ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ସୁନାଇ । ବର୍ତ୍ତମାନ ମା ପୁଅ ସୁସ୍ଥ ରହିଥିବା ଜଣା ପଡିଛି ।