ଆଜି ପହଞ୍ଚିବେ ପୋଲିଂ ପାର୍ଟି   

ଆଜି ପହଞ୍ଚିବେ ପୋଲିଂ ପାର୍ଟି   

ନୀରବ ଅବଧିରେ ପ୍ରଚାର କରିପାରିବେ ପ୍ରାର୍ଥୀ

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ପ୍ରଚାର ସରିଥିବାବେଳେ ନୀରବ ଅବଧି ଆରମ୍ଭ ହୋଇଯାଇଛି । ଏନେଇ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌ଏସ୍‌ ଗୋପାଳନ୍‌ କହିଛନ୍ତି, ଅପରାହ୍ନ ୪ଟାରୁ ନୀରବ ଅବଧି ଆରମ୍ଭ ହୋଇଛି । ଅନ୍ୟ ଜିଲ୍ଲାରୁ ଯେଉଁମାନେ ଯାଇଥିଲେ ସେମାନେ ଜିଲ୍ଲା ଛାଡି ଦେଇଛନ୍ତି । ସାଇଲେଣ୍ଟ ଆୱାରରେ ଏକାକୀ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ । କିନ୍ତୁ ଗୋଷ୍ଠୀ କରି ଯାଇପାରିବେ ନାହିଁ । ରାତି ୧୦ଟା ପରେ ପ୍ରଚାର ସମ୍ପୂର୍ଣ୍ଣ ବନ୍ଦ ରହିବ । ସେହିପରି ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୫୭ଟି ସମ୍ବେଦନଶୀଳ ବୁଥ୍‌ ଅଛି । ସେସବୁ ବୁଥ୍‌ ଉପରେ ସ୍ୱତନ୍ତ୍ର ନିଘା ରହିଛି । ପୋଲିଂ ପାର୍ଟି ଆସନ୍ତାକାଲି ବାହାରିବା ସହ ସନ୍ଧ୍ୟା ସୁଦ୍ଧା ବୁଥ୍‌ରେ ପହଞ୍ଚିବେ । ସବୁ ବୁଥ୍‌ରେ ପୋଲିସ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷା ବଳକୁ ମଧ୍ୟ ମୁତୟନ କରାଯାଇଛି ।