ପ୍ରସେର ଆଇଇଡି ବିସ୍ଫୋରଣରେ ଯବାନ ଗୁରୁତର 


 ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ନକ୍ସଲମାନଙ୍କ ଦ୍ୱାରା ବିଛା ଯାଇଥିବା ପ୍ରସେର ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହାତ ହୋଇଛନ୍ତି । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଯବାନଙ୍କ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିଲା । ତୁରନ୍ତ ପ୍ରାଥମିକ ଚିକିସôା ପରେ, ଆହତ ଯବାନଙ୍କୁ ଜିଲ୍ଲା ହସ୍ପିଟାଲ ବିଜାପୁରରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଉନ୍ନତ ଚିକିସôା ଜାରି ରହିଛି ।
ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲା ଚିନ୍ନାକୋଡେପାଲ ଅଞ୍ଚଳକୁ ସିଆରପିଏଫ ୧୯୬ ବାଟାଲିୟନର ଯବାନ ମାନେ ସର୍ଚ୍ଚ ଅପରେସନରେ ଯାଇଥିବା ବେଳେ ଯବାନମାନେ ନକ୍ସଲପନ୍ଥିଙ୍କ ପ୍ରେସର ଆଇଇଡି ବିସ୍ଫୋରଣ ସଂସ୍ପର୍ଶରେ ଆସିବା ଫଳରେ ସିଆରପିଏଫ ବାହିନୀର (ବୋମା ନିଷ୍କ୍ରିୟକାରୀ ଦଳ)ର ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂଚନା ଅନୁଯାୟୀ କୋଡେପାଲ ନାଳ ନିକଟରେ ମାଓବାଦୀମାନେ ଏକ ପ୍ରସେର ଆଇଇଡି ଖଞ୍ଜିଥିଲେ । ଯବାନ ପ୍ରସେର ଆଇଇଡି ସଂସ୍ପର୍ଶରେ ଆସିବାରୁ ଆଇଇଡି ବିସ୍ଫୋରଣ ଘଟିଥିଲା । ସୁରକ୍ଷା ବାହିନୀ ବିସ୍ପୋରଣ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରିଛନ୍ତି । ମାଓବାଦୀଙ୍କ ଉପସ୍ଥିତି ଏବଂ ଅନ୍ୟ ଯେକୌଣସି ପ୍ରକାରର ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷାବାହିନୀ ସଜାଗ ରହିଛନ୍ତି ।