ଆଜି କେମିତି କଟିବ ଅପଣଙ୍କ ଦିନ ?
ମେଷ : ଆଜି ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି ।
ବୃଷ : ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ ପରିବହନ ଏବଂ ବାଣିଜ୍ୟ ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ ।
ମିଥୁନ : ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ କାମ କରି ଅନୁତପ୍ତ ହୋଇପାରନ୍ତି ।
କର୍କଟ : କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ କଲେ ଅସୁବିଧାରେ ପଡ଼ିବେ । ଦୀର୍ଘ ଦିନର ଆଶା ଫଳବତୀ ହେବରେ କୌଣସି ଅସୁବିଧା ରହିବ ନାହିଁ ।
ସିଂହ : ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନାରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ ହେବେ । ସୁଫଳ ମିଳିବ ।
କନ୍ୟା : ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ ।
ତୁଳା : ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି । କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ ।
ବିଛା : ଆଶା କରୁଥିବା ଦିଗରୁ ଅର୍ଥ ପାଇବେ । କିନ୍ତୁ ସେଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ । ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁ ସାହାଯ୍ୟ କରିବେ ।
ଧନୁ : କୌଣସି କାର୍ଯ୍ୟ ସାଧନ କ୍ଷେତ୍ରରେ ଟେନସନ୍ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ ରହିବ ନାହିଁ । କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥକ ସ୍ୱଚ୍ଛଳତା ଫେରିଆସିବ ।
ମକର : ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେସପାଇବ । ଫଳରେ ପ୍ରଶଂସା ପାଇ ଖୁସି ହେବେ । ଆଇନ ଅଦାଲତ କ୍ଷେତ୍ରରେ ଶୁଭପଳ ପାଇପାରନ୍ତି ।
କୁମ୍ଭ : କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ । ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହେବେ ।
ମୀନ : ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ସାହିତ୍ୟ, ସମାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ । କଥା କଟାକଟି କାରଣରୁ ପରିବାରରେ ଅସାନ୍ତି ପରିସ୍ଥିତି ସୃଷ୍ଟି ହେବ ।