ଆଜିଠୁ ଆରମ୍ଭ ଚିଲ୍ଲାଇ କଲାଂ ଋତୁ: ବରଫ ପାତ ସହ, ହୀମ ଝଡ଼ରେ ଜମିଲା ଭୂ-ସ୍ବର୍ଗ
ଜମ୍ମୁ-କାଶ୍ମୀରରେ ଆଜିଠୁ ଆରମ୍ଭ ହୋଇଛି ’ଚିଲ୍ଲାଇ କଲାନ୍’ ଋତୁ । ଅର୍ଥାତ ଆଜିଠୁ ୪୦ ଦିନ ଧରି ଜାରି ରହିବ ହାଡ଼ଭଙ୍ଗା ଥଣ୍ଡା । ଡିସେମ୍ବର ୨୧ରୁ ଜାନୁୟାରୀ ୨୯ ପର୍ଯ୍ୟନ୍ତ କାଶ୍ମୀରରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ । ଏହି ‘ଚିଲ୍ଲାଇ କଲାନ୍’ ଋତୁ ଆଜିଠୁ ଆରମ୍ଭ ହୋଇଯାଇଛି । ଶ୍ରୀନଗରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ଏଠାରେ ଥିବା ଡାଲ୍ ହ୍ରଦ ସମ୍ପୂର୍ଣ୍ଣ ଭାବେ ଜମିଯାଇଛି ।
ଫଳରେ ଏଠାରେ ଯାତାୟତ କରୁଥିବା ଡଙ୍ଗା ଗୁଡ଼ିକୁ ବରଫ ଭାଙ୍ଗି ଭାଙ୍ଗି ଆଗକୁ ବଢ଼ିବାକୁ ପଡ଼ୁଛି । ଶ୍ରୀନଗର ସମେତ ଗୁଲମାର୍ଗ, ସୋନମାର୍ଗ ଓ ଅନ୍ୟାନ୍ୟ ସ୍ଥାନରେ ବି ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଥିବା ବେଳେ ଶୀତ ବଢ଼ିବାରେ ଲାଗିଛି । ଯାହାକୁ ମନଭରୀ ଉପଭୋଗ କରୁଛନ୍ତି ପର୍ଯ୍ୟଟକ ।