ରାଜ୍ୟଗୁଡ଼ିକୁ ଶାହଙ୍କ ନିଦେ୍ର୍ଦଶ : ‘ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ୍ ରଖ’ 


ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ  : ଅପରେସନ୍ ସିନ୍ଦୂରକୁ ନେଇ ପାକିସ୍ତାନ ଥରହର ହୋଇ ଯାଇଥିବାବେଳେ ଭାରତ ମଧ୍ୟ ନାଗରିକଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେଇଛି  । ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପାକିସ୍ତାନ ଓ ନେପାଳ ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନଙ୍କ ସହ ଆଲୋଚନା କରିଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ୍ ରଖିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏସଡ଼ିଆରଏଫ, ସିଭିଲ ଡିଫେନ୍ସ, ହୋମ୍ଗାର୍ଡ଼, ଏନସିସିକୁ ସଜାଗ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି  । ଯେକୌଣସି ମାଧ୍ୟମରେ ଅସାମାଜିକ ପ୍ରଚାର କରାଯାଉଥିଲେ ତାହାକୁ ରୋକିବାକୁ ବି ପଦକ୍ଷେପ ନେବାକୁ କୁହାଯାଇଛି  । ସେହିପରି ଆମର ସେନାବାହିନୀ ପାକିସ୍ତାନକୁ କଡ଼ା ଜବାବ ଦେଇଥିବାବେଳେ ଆଗାମୀ ଦିନରେ ଆହୁରି ଜବାବ ଦିଆଯିବ ବୋଲି ସେ କହିଛନ୍ତି  । ଆତଙ୍କବାଦୀଙ୍କ ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ଶାହ କହିଛନ୍ତି  ।