ବାଇକ୍ରୁ ଗୋରୁ ଚମଡ଼ା ଜବତ, ଚାଳକ ଫେରାର
ତିହିଡି: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧା ପଞ୍ଚାୟତ ରାଉତ ସାହି ଛକରେ ଓଲଟି ପଡ଼ିଥିବା ଏକ ଗ୍ଲାମର ବାଇକ୍ରୁ ୮ଟି ଗୋରୁ ଚମଡ଼ା ଜବତ କରାଯାଇଛି । ଆରୋହୀ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସାବରଙ୍ଗ ଅଭିମୁଖେ ବାଇକ୍ରେ ଯାଉଥିବା ଉକ୍ତ ବ୍ୟକ୍ତି ରାସ୍ତାରେ ପଡ଼ି ଯାଇଥିଲେ । ତାଙ୍କୁ ଉଠାଇବା ପାଇଁ ଆଖପାଖ ଲୋକମାନେ ଦୌଡ଼ିକୁ ଆସୁଥିବା ବେଳେ ସମ୍ପୃକ୍ତ ବାଇକ୍ ଆରାହୀ ହଠାତ୍ ଘଟଣାସ୍ଥଳ ଛାଡ଼ି ଦୌଡ଼ି ପଳାଇଥିଲା । ଲୋକଙ୍କର ସନ୍ଦେହ ହେବାରୁ ବାଇକ୍ରେ ଲଦା ହୋଇଥିବା ବ୍ୟାଗ୍ ଖୋଲିବା ପରେ ସେଥିରେ ୮ଗୋଟି ଗୋରୁ ଚମଡ଼ା ଥିବାର ଜଣାପଡ଼ିଥିଲା । ଏନେଇ ଖବର ପାଇବା ପରେ ତିହିଡ଼ି ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ବାଇକ୍କୁ ଜବତ କରିବା ସହ ଗୋରୁ ଚମଡ଼ାକୁ ପୋତି ଦେଇଛି ।