କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ
ବାରିପଦା : କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ଼ । ଏଭଳି ଏକ ଘଟଣା ଘଟିଛି ବାଇଗଣବାଡ଼ିଆ ସ୍ଥିତ ବିବି କଲେଜରେ । ଗୁରୁତର ଛାତ୍ରଜଣଙ୍କ ହେଲେ ବାଇଗଣବାଡ଼ିଆ ଅଞ୍ଚଳର ପ୍ରହଲ୍ଲାଦ ବିନ୍ଧାଣୀ । ଛାତ୍ର ଜଣଙ୍କ ଉକ୍ତ କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ । ସମାନ୍ୟ ବଚସାରୁ ଏଭଳି ହୋଇଛି ବୋଲି ଅନ୍ୟ ଛାତ୍ରମାନେ କହିଛନ୍ତି । ଛୁରାମାଡ଼ ପରେ ଗୁରୁତର ଅବସ୍ଥାରେ ଛାତ୍ରଜଣଙ୍କୁ ପିଆରଏମ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଛୁରାମାଡ଼ କରିଥିବା ଅଭିଯୁକ୍ତ ଛାତ୍ରକୁ ଅନ୍ୟଛାତ୍ର ମାନେ କାବୁ କରି ପୁଲିସ ଜିମା ଦେଇଛନ୍ତି । ଅଭିଯୁକ୍ତ ଅକ୍ଷୟ ବିଶ୍ୱାଳକୁ କୁଳିଅଣା ଥାନରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।