ଆବାସିକ ସ୍କୁଲରେ ରାଗିଂ ଅଭିଯୋଗ : ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଯୁକ୍ତ ୨ ଛାତ୍ର ମାଡ଼ ମାରିଥିବା ଅଭିଯୋଗ
ବଲାଙ୍ଗୀର ପୁଇଁତଳାସ୍ଥିତ ଏକ ଆବାସିକ ସ୍କୁଲରେ ରାଗିଂ ଅଭିଯୋଗ। ସପ୍ତମ, ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଯୁକ୍ତ ୨ ଛାତ୍ର ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ରାଗିଂର ଶିକାର ଛାତ୍ରଙ୍କ ଅଭିଭାବକ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୩୧ ତାରିଖ ଦିନ ଯୁକ୍ତ ୨ର କିଛି ଛାତ୍ର ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ପିଲାମାନେ ଅଭିଯୋଗ କରୁଛନ୍ତି। ଏନେଇ ବଲାଙ୍ଗୀର ପୁଇଁତଳା ଥାନାରେ ମାମଲା ରୁଜୁ ହୋଇଛି।