ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ : ବିଏସ୍ଏଫ୍ ସୋନପୁର ବିଜୟୀ

ବଲାଙ୍ଗିର: ମହାରାଜ ଆରଏନ୍ ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦର ସହଯୋଗରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ପୂର୍ବତନ ବଲାଙ୍ଗିର ଲୋକସଭା ସଦସ୍ୟ ତଥା ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଖେଳାଳିମାନଙ୍କୁ ଉସôାହିତ କରିବା ସହ  କ୍ରୀଡାର ଉନ୍ନତି ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ଉଦ୍ବୋଧନ ଦେଇଥିଲେ । ସଭାରେ ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ପ୍ରଭାସ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନ ସମାରୋହରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପୋ÷÷ରାଧ୍ୟକ୍ଷା ଲିକା ସାହୁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ ଯୋଗ ଦେଇଥିଲେ । ଉଦ୍ଘାଟନୀ ମ୍ୟାଚରେ ବିଏସ୍ଏଫ୍ ସୋନପୁର ୧-୦ ଗୋଲରେ ରାଜ ବୋଡାସମ୍ବର ପଦ୍ମପୁରକୁ ହରାଇ ବିଜୟୀ ହୋଇଛି । ଖେଳକୁ ଦେବାଶିଷ ବାଗ, ସଞ୍ଜନ କୁଦେଇ, ଜିତେନ୍ଦ୍ର ପାତ୍ର ଓ ସଂଜିବ ମହାରଣା ପରି·ଳନା କରିଥିବାବେଳେ କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ଗାୟିତ୍ରୀ ଭୋଇ, ଦମୟନ୍ତି ବାଗ, ଶମ୍ଭୁ ନାଗ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ଶତ୍ରୁଘନ ସିଂହ ଓ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଭୁପେନ୍ଦ୍ର ସିଂ ଏବଂ ସମସ୍ତ କାଉନସିଲର ତଥା ଟୁର୍ଣ୍ଣାମେଣ୍ଟ କମିଟିର ସମସ୍ତ ସଦସ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  ପୂର୍ବତନ ଖେଳାଳି ଭାବଗ୍ରାହୀ ରଥ ଓ ଶୁଭ୍ରାଂଶୁ ଶେଖର ଅମାତଙ୍କୁ ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ସମ୍ମାନିତ କରିଥିଲେ । ସୋନପୁର ଦଳର ମିଥୁନ ସାହୁଙ୍କ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା ।