ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ

 ନୂଆପଡା :  ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିଦେ୍ର୍ଦଶରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ ହୋଇଯାଇଛି । ଡ. ରଣବୀର ସିଂହଙ୍କ ଅଧ୍ୟକ୍ଷତାରେ ଏକ ୬ ଜଣିଆ କମିଟି ଗଠିତ ହୋଇଯାଇଛି । ଏହି କମିଟିରେ ଅଧ୍ୟକ୍ଷ ଭାବେ ପ୍ରନôତତ୍ତ୍ୱ ଓ ସଂଗ୍ରହାଳୟତତ୍ୱ ବିଭାଗ ଅଧ୍ୟାପକ ଡ.ରଣବୀର ସିଂହ, ରସାୟନ ବିଭାଗ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଶିକ୍ଷା ବିଭାଗ ଅଧ୍ୟାପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦା, ଇଂରାଜୀ ବିଭାଗ ଅଧ୍ୟାପିକା ନିବେଦିତା ଆଚାର୍ଯ୍ୟ, ରାଜନୀତି ବିଜ୍ଞାନ ଅଧ୍ୟାପିକା ବିଉଟି ଅଗ୍ରୱାଲ ଓ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଶ୍ୱିନୀ କୁମାର ପାଢ଼ୀ ପ୍ରମୁଖ ରହିଛନ୍ତି ।