ଦୁର୍ନୀତି ନେଇ ମୁହଁ ଖୋଲିଲେ ଗଡକରୀ , ରାସ୍ତାରେ ଗାତ ପୋତିବା ପାଇଁ ଅର୍ଡର ଦରକାର


ାା ଏଜେନ୍ସି ।ା ପୁଣେ : ସରକାରୀ ବ୍ୟବସ୍ଥାରେ ଚାଲିଥିବା ‘ଦୁର୍ନୀତି’ ଅଭ୍ୟାସକୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ତଥା ବିଜେପି ଭେଟରାନ ନୀତୀନ ଗଡକରୀ ତୀବ୍ର ସମାଲୋଚନା କରିଛନ୍ତି । ସେହିପରି ଯେଉଁ ସବୁ ଫାଇଲର ଓଜନ(ଟଙ୍କା) ଅଧିକ ସେଗୁଡିକ ଦ୍ରୁତଗତିରେ ଆଗକୁ ବଢିଥାଏ ବୋଲି ସେ କହିଛନ୍ତି । ପୁଣେରେ ଇଞ୍ଜିନିୟର୍ସ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଗଡକରୀ ଏପରି ମତ ରଖିଛନ୍ତି । ସରକାରୀ ବିଭାଗରେ ସ୍ୱଚ୍ଛତା ଓ ନିର୍ଦ୍ଧାରିତ ସମୟରେ ନିଷ୍ପତ୍ତି ନେବାର ଆବଶ୍ୟକତା ଉପରେ ସେ ଫୋକସ କରିଛନ୍ତି । ସେ ଗୋଟିଏ ଜାତୀୟ ରାଜପଥ ପ୍ରକଳ୍ପର ଉଦାହରଣ ଦେଇ କହିଛନ୍ତି ଯେ ସଡକ ଦୁର୍ଘଟଣା ଓ ମୃତାହତ ଭଳି ଘଟଣା ପଛରେ ତ୍ରୁଟି ଯୁକ୍ତ ବିସ୍ତୃତ ପ୍ରୋଜେକ୍ଟ (ଡିପିଆର) ହିଁ ଦାୟୀ । ଅନ୍ୟ ସବୁ କାରଣ ତୁଳନାରେ ଡିପିଆରରେ ତ୍ରୁଟି ଯୋଗୁ ସଡକ ଦୁର୍ଘଟଣା ଓ ମୃତାହତ ଭଳି ଘଟଣା ଘଟୁଛି । ଏହାବାଦ ଏଠାରେ ଏମିତି ପ୍ରଶାସନିକ ଅଧିକାରୀ ରହିଛନ୍ତି ଯେଉଁମାନେ ସବୁଥି ପାଇଁ ନିଦେ୍ର୍ଦଶକୁ ଅପେକ୍ଷା କରନ୍ତି । ଏପରି କି ରାସ୍ତାରେ ଥିବା ଗାତକୁ ପୋତିବା ପାଇଁ ମଧ୍ୟ ସେମାନଙ୍କୁ ଅର୍ଡର ଦରକାର ବୋଲି ଗଡକରୀ କହିଛନ୍ତି । 
ସେ କହିଛନ୍ତି, ଏଠାରେ ଚିଠି ଓ ଇଚ୍ଛାଶକ୍ତି ମଧ୍ୟରେ ପାର୍ଥକ୍ୟ ରହିଛି । ଯଦି ଜଣେ ଜ୍ଞାନୀବ୍ୟକ୍ତି ଆଇନ ପଛରେ ଥିବା ଇଚ୍ଛାଶକ୍ତିକୁ ବୁଝିବେ ନାହିଁ, ତା’ହେଲେ ଏହାର ଆବଶ୍ୟକତା କ’ଣ? ଆଜିର ଦିନରେ ମୋର ଏପରି କହିବା ଉଚିତ ହେଉନି । କିନ୍ତୁ ଯେଉଁଠୁ ଆପଣମାନେ (ପ୍ରଶାସନିକ ବାବୁ) ଟଙ୍କା ପାଉଛନ୍ତି, ସେଠାରେ ଦ୍ରୁତ ଗତିରେ କାମ କରୁଛନ୍ତି । ନଚେତ ଆପଣମାନେ କାମ କରୁ ନାହାନ୍ତି । ଆମ ବ୍ୟବସ୍ଥାରେ କିଛି ନୁ୍ୟଟନଙ୍କ ବାପା ରହିଛନ୍ତି ଓ ଯଦି ଫାଇନାଲ ଓଜନ(ଟଙ୍କା) ବଢାଉଛନ୍ତି, ତା’ହେଲେ ଏହା ଦ୍ରୁତ ଗତିରେ ଆଗକୁ ବଢୁଛି । ସରକାରୀ ବ୍ୟବସ୍ଥାରେ ଧାର୍ଯ୍ୟ ସମୟ ଓ ସ୍ୱଚ୍ଛତାର ଅଭ୍ୟାସ ରହିବା ଦରକାର । ଲୋକମାନେ କହି ପାରନ୍ତି ଯେ ମୁଁ ଅତ୍ୟନ୍ତ ମର୍ମ କଥା କହୁଛି । କିନ୍ତୁ ମୁଁ ଆଶା କରୁଛି ଯେ ଯୁବଗୋଷ୍ଠୀ ଏଥିରୁ କିଛି ଶିକ୍ଷା ଲାଭ କରନ୍ତୁ ।