ଆମେ ଡରିବୁ କାହିଁକି:ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର: ଆମେ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି। ସେମାନେ ଜଗନ୍ତୁ, ଆମେ ଡରିବୁ କାହିଁକି। କାରଣ ଆମର ରାଜକୋଷ ଲୁଟିବା ଯୋଜନା ନାହିଁ। ଆମେ କିନ୍ତୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା, ୫ଟି କାଢ଼ିବୁ’। ଆମେ ଶତ ପ୍ରତିଶତ କାମ କରିବାକୁ ଆସୁଛୁ, ଡରିବୁ କାହିଁକି। ଯାହା ଉପରେ ଭରସା କରିଥିଲେ ସିଏ ଆଉଟ, ଦୃଶ୍ୟମାନ ହେଉନାହାନ୍ତି । ଲୁଚି ଲୁଚି ଯାଉଛନ୍ତି । ସାମନାକୁ ଆସିବା ପାଇଁ ସାହାସ ନାହିଁ । ପତି ପତ୍ନୀ ଆଉଟ । ଅସ୍ତିତ୍ୱ ଅଛି ଜଣାଇବାକୁ ଏଭଳି ନିଷ୍ପତ୍ତି ବୋଲି ବିଜେଡିର ଛାୟା କ୍ୟାବିନେଟ୍ ଗଠନକୁ ନେଇ ଏମ୍ପି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ତେବେ ଛାୟା କ୍ୟାବିନେଟ୍ କଲେ ହେଲେ ଛାୟା ମୁଖ୍ୟମନ୍ତ୍ରୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ଯାହା ଉପରେ ଭରସା କରିଥିଲେ ସିଏ ଆଉଟ୍ ବୋଲି ଷଡ଼ଙ୍ଗୀ କଟାକ୍ଷ କରିଛନ୍ତି।
ପ୍ରକାଶ ଯେ, ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଛାୟା କ୍ୟାବିନେଟ ଗଠନ ହୋଇଛି। ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ବିରୋଧୀ ଦଳ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଏଥିଲାଗି ସରକାରଙ୍କ ପ୍ରତ୍ୟେକ ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବାକୁ ଜଣେ ଲେଖାଏ ଏପରି କି ଗୋଟିଏ ଗୋଟିଏ ବିଭାଗର କାର୍ୟ୍ୟକଳାପ ଉପରେ ୨/୩ ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ଦଳୀୟ ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି । ନବୀନଙ୍କ ବ୍ୟତୀତ ଦଳର ଅନ୍ୟ ସମସ୍ତ ୫୦ ବିଧାୟକଙ୍କୁ ସରକାରଙ୍କ ବିଭିନ୍ନ ବିଭାଗର କାର୍ୟ୍ୟକଳାପ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି।