ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ବିଜେଡ଼ି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନ ପାଳନ କରାଯାଇଛି । ବିଧାୟକ ଅଭିମନୁ୍ୟ ସେଠୀଙ୍କ ନେତୃତ୍ତ୍ୱ ଏବଂ ଧନେଶ୍ୱର ସେଠୀଙ୍କ ତତ୍ତ୍ୱାବଧାନରେ ମେଡିକାଲର ସମସ୍ତ ୱାର୍ଡରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଓଡ଼ିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଭାପତି ରାକେଶ ରାମ, ନଗର ସଭାପତି ସୁଶୀଲ ହୋତା, କାଉନସିଲର କୃଷ୍ଣ ରଣା, ସୁରେନ୍ଦ୍ର ଦାସ, ସମାଜସେବୀ ବୁଲୁ ପଟ୍ଟନାୟକ, ଯୁବ ନେତା ବହାଦୁର ସାହୁ, ସତ୍ୟବ୍ରତ ରାମ, ଅଜୟ ସାହୁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।