ଆମେରିକୀୟ ଆଧିପତ୍ୟ ଓ ବିଶ୍ୱ ସଙ୍କଟ

ସୋମେନ୍ଦ୍ର ଜେନା : ଗୋଟିଏ ପଟେ ଆମେରିକା ସାରାବିଶ୍ୱକୁ ସଙ୍କଟରେ ପକାଇ ନିଜର ଆଧିପତ୍ୟ ଜାହିର କରିବାଲାଗି ପ୍ରୟାସ କରୁଥିବା ସମୟରେ ଭାରତ ଆମେରିକା ସାମ୍‌ନାରେ ପ୍ରାଚୀରପରି ଛିଡା ହୋଇଛି । ପ୍ରତିଦିନ ଆମେରିକାର ପ୍ରବକ୍ତାମାନଙ୍କର ମିଛତର୍କ,ପାଗଳାମୀପୂର୍ଣ୍ଣ ମୂର୍ଖ ବାଚାଳତା ଗଣମାଧ୍ୟମରେ ପ୍ରକାଶ ପାଉଥିବା ସମୟରେ ଭାରତ ସାଂଘାଇ ସହଯୋଗ ସଂଗଠନ ଏବଂ ବ୍ରିକ୍ସ ମଧ୍ୟରେ ସନ୍ତୁଳନ ରକ୍ଷାକରି କାର୍ଯ୍ୟକରି ଚାଲିଛି ବୋଲି ତାୟିହେ ଇନ୍‌ଷ୍ଟିଚ୍ୟୁଟର ବରିଷ୍ଠ ଫେଲୋ ଐନାର ତାନ୍‌ଗେନ କହିଛନ୍ତି । ଭାରତ-ଚୀନ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହଯୋଗ ଓ ସଂପର୍କ, ଆଞ୍ଚଳିକ ଏବଂ ବୈଶ୍ୱିକ ଶାନ୍ତି ତଥା ସମୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଏହି ସଂପର୍କ ବହୁପକ୍ଷୀୟ ଏସିଆ ଓ ବିଶ୍ୱ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଜାପାନ ଗଣମାଧ୍ୟମକୁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଚୀନର ବିଦେଶମନ୍ତ୍ରୀ ୟାଙ୍ଗ ୟିଙ୍କ ଭାରତଗସ୍ତର ଦୁଇସପ୍ତାହ ପରେ ହୋଇଛି । ୟି ତାଙ୍କ ଗସ୍ତକାଳରେ ଭାରତର ବିଦେଶମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିଥିଲେ । ମୋଦିଙ୍କ ଏହି ଚୀନଗସ୍ତ ୬ଷ୍ଠଥର ପାଇଁ ଥିଲାବେଳେ ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ ସୀମାରେ ଶାନ୍ତି ଓ ସ୍ଥିରତା ଦ୍ୱିପାକ୍ଷିକ ସଂପର୍କ ପାଇଁ ବୀମା ଯୋଜନା ସଦୃଶ । ୨୦୧୪ପରଠାରୁ ଦୁଇନେତାଙ୍କ ମଧ୍ୟରେ ଏହି ସାକ୍ଷାତ ୨୧ଶ ଥିଲା । ଯେ ପର୍ଯ୍ୟନ୍ତ ଦୁଇରାଷ୍ଟ୍ର ସହଯୋଗୀ ଭାବେ ମୂଳନୀତି ଅନୁଯାୟୀ ପ୍ରତିଶ୍ରୁତିବଦ୍ଧ ରହିବେ, ବିରୋଧୀ ହେବେ ନାହିଁ, ଆଶଙ୍କା ସୃଷ୍ଟି ନକରି ବିକାଶ ସୁଯୋଗ ଯୋଗାଇ ·ଲିଥିବେ, ସେ ପର୍ଯ୍ୟନ୍ତ ଭାରତ-ଚୀନ ସଂପର୍କ ଆଗକୁ  କ୍ଷୀପ୍ର ଗତିରେ ବଢି·ଲିବ ବୋଲି ଶ୍ରୀ ମିଶ୍ରି ଆଶା ପ୍ରକାଶ କରିଛନ୍ତି ।

       ତିଆନ୍‌ଜିନ ବୈଠକ ସମୟରେ ମୋଦି-ପୁତିନ- ଜିନପିଙ୍ଗଙ୍କ ପରସ୍ପର ସହ ସାକ୍ଷାତ ସମୟର ଫଟୋ ବିଶ୍ୱଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିବା ବେଳେ ଶାହବାଜ ସରିଫ ଧାଡିରେ ଠିଆହୋଇଥିବା ସମୟରେ ପୁତିନଙ୍କ ସହ ମୋଦି ଆଲୋଚନା କରି ଆଗକୁ ଯିବାବେଳେ ଶାହବାଜଙ୍କୁ ଗୁରୁତ୍ୱ ନଦେବା ଘଟଣା ପାକିସ୍ଥାନରେ ଚର୍ଚ୍ଚାର କେନ୍ଦ୍ର ହୋଇଛି । ଏପରିକି ମୋଦିଙ୍କ ପାଇଁ ରେଡ୍‌ କାର୍ପେଟର ସ୍ୱାଗତ ବ୍ୟବସ୍ଥା ଥିବାବେଳେ ଶାହବାଜଙ୍କ ପାଇଁ କେହି ଜଣେ ଚୀନାମନ୍ତ୍ରୀ ନରହିବା ପାକିସ୍ଥାନ ପାଇଁ କଷ୍ଟକର ହୋଇଛି । ପାକ୍‌ର ଗଣମାଧ୍ୟମଗୁଡିକ ଏହା ପାକ୍‌ର ବେଇଜ୍ଜିତ ବୋଲି କହି ଶାହବାଜଙ୍କୁ ସମାଲୋଚନା କରିଛନ୍ତି । ମୋଦି ୩୧ ଅଗଷ୍ଟରେ ତିଆନଜିନ୍‌ଠାରେ ପହଞ୍ôଚବାପରେ ତାଙ୍କ ପାଇଁ ହଙ୍ଗକ୍ୱି -୫ କାର ଯୋଗାଇ ଦିଆଯାଇଥିଲା । ଯାହାର ଅର୍ଥ ମାଣ୍ଡାରିନ ଭାଷାରେ ‘ନାଲପତାକା’ ଏବଂ ଏହି ଗାଡିରେ ଚୀନ ରାଷ୍ଟ୍ରପତି ଯାଇଥାନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ମଡେଲର ଏକ କାର ଜିନପିଙ୍ଗ ଉପହାର ଦେଇଛନ୍ତି । ୧୯୫୮ରେ ଫାଷ୍ଟ ଅଟୋମେଟିଭ ୱାର୍କ ପକ୍ଷରୁ ଚୀନର ପ୍ରମୁଖ ନେତୃମଣ୍ଡଳୀ ପାଇଁ ଏହି କାର୍‌କୁ ନିର୍ମାଣ କରାଯାଇଥିଲା । ୮ଲକ୍ଷ ଡଲାର ମୂଲ୍ୟର ଏହିକାରକୁ ଚୀନର ସବୁଠୁ ଅଧିକ ମୂଲ୍ୟଯୁକ୍ତ କାର୍‌ ଭାବେ ଗଣାଯାଇଥାଏ । ୧୯୮୦ବେଳକୁ ଏହି କାର ବିଦେଶୀକାରଗୁଡିକ ତୁଳନାରେ ଦୁର୍ବଳ ହୋଇଥିଲେ ହେଁ ଜିନ୍‌ପିଙ୍ଗ ପୁନର୍ବାର ତା’ର ନିର୍ମାଣ ପାଇଁ ଜୋର ଦେଇଥିଲେ । ଆମେରିକାର କାର୍ଡିଲାକ ବିଷ୍ଟ ପରି ଏହି କାରକୁ ପ୍ରଶାସନର ସମ୍ମାନ ଭାବେ ଗଣାଯାଇଥାଏ । ଦଳର ନେତାମାନେ ବିଦେଶୀଗାଡି ନ ଚଢିବାକୁ ଉପଦେଶ ଦେଇ ଜିନପିଙ୍ଗ ୨୦୧୨ଠାରୁ ଏହି ଗାଡିକୁ ଦେଶ ବିଦେଶ ଗସ୍ତରେ ଯିବାବେଳେ ବ୍ୟବହାର କରୁଛନ୍ତି । ୨୦୧୯ରେ ଭାରତକୁ ଗସ୍ତ କରିବା ସମୟରେ ମଧ୍ୟ ଜିନପିଙ୍ଗ ଏହି କାର ଚଢିଥିଲେ ।

    ଚୀନ ସହ ଭାରତର ସଂପର୍କ ବୃଦ୍ଧିରେ ଦକ୍ଷିଣ ବିଶ୍ୱ ଅଧିକ ଲାଭବାନ ହେବ । ଇଲେକଟ୍ରିଯାନ କ୍ଷେତ୍ରରେ ଭାରତରେ ଚୀନର ନିବେଶ ବୃଦ୍ଧିପାଇବ ଓ ଦ୍ରୁତ ବିକାଶ ଘଟିବ । ଗତ ୫୦ବର୍ଷ ହେବ ଭାରତ-ଚୀନ ସଂପର୍କରେ ଆମେରିକା ପ୍ରତିବନ୍ଧକ ସାଜିଛି । ମୁକ୍ତ ଅର୍ଥନୀତି ଆଳରେ ସବୁ ଆମେରିକା କାରଖାନାକୁ ଚୀନକୁ ପଠାଇ ଉତ୍ପାଦନ କରିବାକୁ ସୁଯୋଗ ଦେଇ ଭାରତରେ ଶିଳ୍ପର ବିକାଶ, ରାଜନୈତିକ ସ୍ଥିରତା, ଆର୍ôଥକ ବିକାଶକୁ ଦୁର୍ବଳ କରିବାକୁ ପାକିସ୍ଥାନ ଓ ଚୀନ ଦ୍ୱାରା ସୀମା ପାର ସନ୍ତ୍ରାସ ଏବଂ ଛାୟାଯୁଦ୍ଧକୁ ପ୍ରୋତ୍ସାହନ ଦେଇଆସିଛି । ରୁଷିଆ ସହ ଭାରତର ମୂଳରୁ ରହି ଆସିଥିବା ବନ୍ଧୁତା ଆମେରିକା ପାଇଁ ଗାତ୍ରଦାହର କାରଣ ହୋଇଆସିଛି ।

      ରୁଷିଆର ରାଷ୍ଟ୍ରପତି ପୁତିନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭାରତର “ସନାତନୀ ହିନ୍ଦୁମାନେ ହନୁମାନ ସଦୃଶ” ବୋଲି ଉଲ୍ଲେଖକରି ପ୍ରଶଂସା କରିଛନ୍ତି । ରୁଷିଆ ସହ ଭାରତର ବନ୍ଧୁତା ଅନେକ ସଙ୍କଟ ସମୟରେ ଯେପରି ଅତୁଟ ରହିଛି ଏବେ ମଧ୍ୟ ଅତୁଟ ରହିବ ବୋଲି ମୋଦି ଆମେରିକା ଉଦ୍ଦେଶ୍ୟରେ ପ୍ରକାଶ କରିଛନ୍ତି । ଦୃଢତାର ସହ ବନ୍ଧୁତାକୁ ସୁରକ୍ଷିତ ରଖିବା ପାଇଁ ଭାରତ ଯେପରି ଆମେରିକା ସାମ୍‌ନାରେ ଛିଡା ହୋଇଛି ତାହା କେବଳ ପୁତିନଙ୍କୁ ନୁହେଁ, ରୁଷିଆର ଗଣମାଧ୍ୟମ ଏବଂ ଜନସାଧାରଣଙ୍କୁ ମଧ୍ୟ ଚକିତ କରିଛି । ରୁଷିଆର ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଭାରତର ନେତୃତ୍ୱ ଏବଂ ଜନସାଧାରଣଙ୍କର ଖୁବ୍‌ ପ୍ରଶଂସା କରାଯାଉଛି । ଭାରତର ସାହସକୁ ସମସ୍ତେ ସ୍ୱୀକାର କରିଛନ୍ତି । ୧୫କୋଟି ରୁଷୀୟଙ୍କ ପାଇଁ ୧୪୦କୋଟି ଭାରତୀୟଙ୍କ ଶ୍ରଦ୍ଧା ବହୁମୂଲ୍ୟ ରଖେ ବୋଲି କୁହାଯାଉଛି । ଯୁଦ୍ଧବିଧ୍ୱସ୍ତ ରୁଷିଆର ପୁନଃନିର୍ମାଣ କାର୍ଯ୍ୟ ଭାରତୀୟଙ୍କ ଦ୍ୱାରା ଆଗାମୀ ଦିନରେ କରିବାକୁ ପୁତିନଙ୍କ ଯୋଜନା ରହିଛି । ୧୦ଲକ୍ଷ ଭାରତୀୟଙ୍କୁ ସେହି ପ୍ରକଳ୍ପରେ ନିଯୁକ୍ତି ଦେବାକୁ ସେ ପୂର୍ବରୁ କହିଛନ୍ତି । ଏହାବାଦ ଉତ୍ତର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ତୈଳ ପ୍ରକଳ୍ପରେ ଭାରତକୁ ମୁଖ୍ୟ ସହଯୋଗୀ କରିବାକୁ ତାଙ୍କର ଆଗ୍ରହ ରହିଛି । ପୂର୍ବରୁ ସାଖାଲିନ -୧ରେ ଭାରତର ଓଏନ୍‌ଜିସି ୨୦ ପ୍ରତିଶତ ଅଂଶଧାରୀ ରହିଛି । ଏହା ଛଡା ଓଡୋପ୍‌ଟୁ, ଅକ୍‌୍ଟୁନ-ଦାଗି ଏବଂ ·ୟୋଠାରେ ଯେଉଁ ତୈଳକୂପ ରହିଛି ସେଥିରେ ଭାରତକୁ ସାମିଲ କରିବାକୁ ରୁଷିଆ ·ହୁଁଥିଲା ବେଳେ ଟ୍ରମ୍ପଙ୍କ ବିରୋଧ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ପୁତିନଙ୍କ ଆଲାସ୍କାର ଆଲୋଚନାରେ ଆମେରିକାର ଏକ୍ସନ ମୋବିଲକୁ ଅନ୍ୟ ପ୍ରକଳ୍ପରେ ପ୍ରବେଶ କରାଇବା, ରୁଷିଆରୁ ଆଇସ୍‌ବ୍ରେକର କିଣିବା ଏବଂ ସାଖାଲିନ୍‌ -୧ରେ ଅଧିକ ପୁଞ୍ଜିନିବେଶ କରିବାକୁ ଟ୍ରମ୍ପ ଇଛା ପ୍ରକାଶ କରିଥିଲେ । ଏକ୍ସନ ହାତରେ ୩୦ପ୍ରତିଶତ ଅଂଶ ପୂର୍ବରୁ ଥିଲା । ୨୦୨୨ରେ ୟୁକ୍ରେନ ଯୁଦ୍ଧପରେ ଏକ୍ସନ ଉକ୍ତ ପ୍ରକଳ୍ପକୁ ଛାଡି ·ଲିଯିବା ପରେ ପ୍ରାୟ ୧ବର୍ଷ କାଳ ତୈ÷ଳ ଉତ୍ପାଦନ ସେଠାରେ ସଂପୂର୍ଣ୍ଣ ବନ୍ଦ ରହିଥିଲା । ୨୦୨୩ରେ ରୁଷିଆର ତୈଳ କମ୍ପାନୀ ଦ୍ୱାରା ତାହା ·ଲୁ କରାଯିବା ପରେ ଏକ୍ସନ ହାତରେ ଥିବା ୩୦ ପ୍ରତିଶତ ଅଂଶକୁ ରୁଷିଆ ବିକ୍ରି କରିବାକୁ ·ହିଁଲା । ଓଏନ୍‌ଜିସି ସେହି ଅଂଶକୁ କିଣିବାକୁ ଆଲୋଚନା କରିବା ପରେ ଟ୍ରମ୍ପଙ୍କ ମୁଣ୍ଡରେ ଚଡକ ପଡିଲା  । ଏହାଛଡା ଆର୍କଟିକ୍‌ ଏନ୍‌ଏଲଜି -୨ ପ୍ରକଳ୍ପର ଗ୍ୟାସକୁ ଏଲ୍‌ଏନଜି ଆଇସ  ବ୍ରେକର ଯୋଗେ ଉତ୍ତର ସାମୁଦ୍ରିକ ମାର୍ଗରେ ମୁରାମନସ୍କର କାମଚଟକାକୁ ଯାଉଛି । ତାହା ମୁଖ୍ୟତଃ ଚୀନ ଓ ଜାପାନକୁ ଯୋଗାଣ ପାଇଁ ହୋଇଛି । ତେବେ ଭାରତ ଓ ଭାରତୀୟଙ୍କ ବିରୋଧରେ ଆମେରିକାର ଗୁପ୍ତଚର ବାହିନୀର ଷଡଯନ୍ତ୍ର ବିଶ୍ୱବ୍ୟାପୀ ଏବଂ ଭାରତ ଭିତରେ ହେବ, ଯାହାର ସୂଚନା ମିଳିଲାଣି ।

      ବଙ୍ଗଳାଦେଶ ସୀମା ନିକଟରେ ଆମେରିକାର ଜଣେ ପୂର୍ବତନ ସେନାଅଧିକାରୀଙ୍କ ମୃତ୍ୟୁ ମିଜୋରାମରେ ଦୁଇଜଣ ଆମେରିକା ନାଗରିକଙ୍କ ସନ୍ଦେହପୂର୍ଣ୍ଣ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ହୋଇଛି । ନିକଟରେ ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟଙ୍କ ବିରୋଧରେ ବିକ୍ଷୋଭ ହେବା ତାର ପ୍ରମାଣ । ସାରାବିଶ୍ୱରେ ଭାରତ ବିରୋଧୀ ବାତାବରଣ ସୃଷ୍ଟିପାଇଁ ଆମେରିକା ·ହିଁବା ସହ ବଙ୍ଗଳାଦେଶରେ ମଧ୍ୟ ଆରବ ପରି ଷଡଯନ୍ତ୍ର ହେବ ବୋଲି ପୁତିନ ସତର୍କ କରାଇ ଦେଇଛନ୍ତି । କାରଣ ଇଣ୍ଡୋନେସିଆରେ ଛୋଟିଆ ଘଟଣାକୁ କେନ୍ଦ୍ରକରି ବ୍ୟାପକ ଜଳାପୋଡା ଏବଂ ହିଂସାକାଣ୍ଡ ଜାରିରହିଛି । ଆରବକ୍ରାନ୍ତି ଆଳରେ ଶତ ଦଶନ୍ଧିର ଆରମ୍ଭରେ ଯେପରି ଅନେକ ଦେଶରେ କ୍ଷମତାର ପରିବର୍ତ୍ତନ କରି ଆମେରିକା ସମର୍ôଥତ ଗୋଷ୍ଠୀ ସମାନ ଢଙ୍ଗରେ ଅରାଜକତା ସୃଷ୍ଟି କରିଥିଲେ । ବଙ୍ଗଳାଦେଶରେ ମଧ୍ୟ ନିର୍ବାଚିତ ସରକାରଙ୍କୁ ସେହି ସମାନଢଙ୍ଗର ହିଂସାକାଣ୍ଡ ଦ୍ୱାରା ହଟିବାକୁ ବାଧ୍ୟ କରାଗଲା । ଭାରତରେ ମୋଦି ସରକାରକୁ ହଟାଇବାକୁ ଆମେରିକା ଦେଶରେ ଭୋଟେ·ରି, ଇଭିଏମ୍‌କୁ ସନ୍ଦେହ,ସମ୍ବିଧାନକୁ ହତ୍ୟାପରି ମିଛ ପ୍ର·ରକୁ ବିରୋଧୀଦଳଙ୍କ ମାଧ୍ୟମରେ ଗତ ଦିନମାନଙ୍କରେ ·ଲୁରଖିଥିବା ଦେଖିବାକୁ ମିଳିଛି । ଏସବୁ ବିଦେଶୀ ଟୁଲକିଟ୍‌ । ତେଣୁ  ଦୃଢଭାବେ ଏକାଠି ରହି ଆମେରିକାର ଦାଦାଗିରିକୁ ସାମ୍‌ନା କରିବାକୁ ହେବ ଏବଂ ଦକ୍ଷିଣବିଶ୍ୱର ରାଷ୍ଟ୍ରଗୁଡିକ ଏଥିପାଇଁ ସକ୍ରିୟ ଭାବେ କାର୍ଯ୍ୟକରିବା ହେଉଛି ତିଆନ୍‌ଜିନ୍‌ର ବିଶ୍ୱକୁ ସନ୍ଦେଶ । 

ଭାରତୀୟ ସାହିତ୍ୟ କେନ୍ଦ୍ର (ଭାସ୍‌)
ଭୁବନେଶ୍ୱର-୭୫୧୦୦୩