ଇତିହାସ ବିଭାଗର ପାଠଚକ୍ର 

 ବ୍ରହ୍ମବରଦା: ବ୍ରହ୍ମବରଦା ଡିଗ୍ରୀ କଲେଜରେ ଇତିହାସ ବିଭାଗ ପକ୍ଷରୁ ବିଭାଗ ମୁଖ୍ୟ ଅମୂଲ୍ୟ କୁମାର ପତିଙ୍କ ଅଧ୍ୟକ୍ଷତାରେ "ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ’ଶୀର୍ଷକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚ୍ୟ ପାଠଚକ୍ରରେ ବିଷୟ ବିଦାରକ ଭାବେ ମଧୁପୁର କଲେଜର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପିକା ସବିତା ମିଶ୍ର, ଆଲୋଚକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ନୃସିଂହ ଚରଣ ନାୟକ ଓ ବ୍ରହ୍ମବରଦା +୨କଲେଜର ଅଧ୍ୟାପକ ଶ୍ରୀନିବାସ ଜେନା ପ୍ରମୁଖ ଯୋଗଦେଇ ଭାରତ ଇତିହାସରେ ଅତୀତରେ ଓଡ଼ିଶାରେ ଘଟିଥିବା ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମତବ୍ୟକ୍ତ କରିବା ସହ ଏହା ଆମ ସମସ୍ତ ଓଡିÿଶାବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ଅଭିହିତ କରିଥିଲେ । ଏହି ଅବସରରେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ, ସମାଜସେବୀ ବିପିନ ବିହାରୀ ଦେଓ, ଅଧ୍ୟାପକ ଶିବପ୍ରସାଦ ସାହୁ, ସୌଭାଗ୍ୟ କୁମାର ସାହୁ,ସୂର୍ଯ୍ୟକାନ୍ତ ରାଉତ, ସେକ ରୁହୁଲ ଅମିନ,ବାବୁଲା ରଣା, ଅଧ୍ୟାପିକା ସାଗରିକା ଦାସ, ଜୟଶ୍ରୀ ନାୟକଙ୍କ ସମେତ ଶିକ୍ଷା କର୍ମଚାରୀ ଧର୍ମେନ୍ଦ୍ର ମହାନ୍ତି, ବିନୟ ରାଉତ, ସୁନୀଲ ଓଝା, ସେକ ଶୋଭାନ, କୁଞ୍ଜବିହାରୀ ମହାନ୍ତି, ବିବେକା ଜେନା, ଅଖତର ଅଲ୍ଲୀ, ଦୁଶାସନ ବେହେରା, ରାମଚନ୍ଦ୍ର ବେହେରା ଓ ଉଷା ପ୍ରମୁଖ ସହଯୋଗ କରିଥିଲେ । ଇତିହାସ ବିଭାଗର ଛାତ୍ରୀ ଦୀପ୍ତିମୟୀ ତ୍ରିପାଠୀ, ଅଞ୍ଜଳି ମାଳିକ, ରାଜଲକ୍ଷ୍ମୀ ବଳ, ସ୍ମୃତିରେଖା ପଣ୍ଡା, ସୁନେୟା ଆଫରିନ, ସୁମେୟା ଚାନ୍ଦ, ଅଲିଭା ବେହେରା, ସ୍ୱପ୍ନାରାଣୀ ଭୂୟାଁ ଓ ଉମେ କୁଲସୁମ ପ୍ରମୁଖ ଆଲୋଚ୍ୟ ବିଷୟ ଉପରେ ସନ୍ଦର୍ଭ ମାନ ପାଠ କରିଥିଲେ ।