କବି ଅଭିମନୁ୍ୟ ସାମନ୍ତସିଂହାର ଜୟନ୍ତୀ
ଧର୍ମଶାଳା: ସାହିତ୍ୟ ସମାଜ ଧର୍ମଶାଳା ପକ୍ଷରୁ ବିଧଗ୍ଧ କବି ଅଭିମନୁ୍ୟ ସାମନ୍ତସିଂହାରଙ୍କ ଜୟନ୍ତୀ ସଭାପତି କାହ୍ନୁଚରଣ ଦାଶଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ପଣ୍ଡିତ ତଥା ପ୍ରବଚକ କାମଦେବ ଶତପଥୀ, ବ୍ରହ୍ମବରଦା ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଡ଼କ୍ଟର ମହେଶ୍ୱର ପାଢ଼ୀ, ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ ବିଦଗ୍ଧ କବି ଅଭିମନୁ୍ୟ ସମନ୍ତ ସିଂହାରଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସମ୍ବାଦ ପତ୍ର'ବିରଜା ଭୂମି'କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ପତ୍ରିକା ସମ୍ପର୍କରେ ଗୋଲକ ଚନ୍ଦ୍ର ପଲେଇ ସମୀକ୍ଷା କରିଥିଲେ । ସାଧାରଣ ସଂପାଦକ ଡ଼କ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ସଂପାଦକୀୟ ସୂଚନା ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ବିଜୟ କୁମାର ଦେବତା ସ୍ୱାଗତ ଭାଷଣ ଦେଇଥିଲେ । ଡ଼କ୍ଟର ନିରଞ୍ଜନ ସାହୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ କବି ଗଣେଶ୍ୱର ବେହେରା ଧନ୍ୟବାଦ ଦେଇଥିଲେ ।