ଅଖିଳଚକ୍ର-ମକର ମିଳନ ପ୍ରସ୍ତୁତି ବୈଠକ

 ବିଞ୍ଝାରପୁର: ଅଖିଳଚକ୍ର-ମିଳନ ପ୍ରସ୍ତୁତି ବୈ÷ଠକ ମଇଁଦା ୟୁଜିମିଇ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈ÷ଠକରେ ସର୍ବ ସମ୍ମତି କ୍ରମେ  ସ୍ଥାନୀୟ ବରୁଣେଶ୍ୱର ମହାବିଦ୍ୟାଳୟ ପରିସରରେ  ମକର ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହର ଆୟୋଜନ କରାଯିବ । ମକର ସଂକ୍ରାନ୍ତି ଦିନ ଦିବସ ବ୍ୟାପି କାର୍ଯ୍ୟକ୍ରମରେ ବ୍ୟାସକବି ଜୟନ୍ତୀ ପାଳନ, କବି ମାନଙ୍କ ସ୍ୱରଚିତ କବିତା ପାଠୋସôବ, ପୁସ୍ତକ ଉନ୍ମୋଚନ  ସମ୍ବର୍ଦ୍ଧନା ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଂଟନ ଆଦି କାର୍ଯ୍ୟକ୍ରମ  କରାଯିବା ପାଇଁ ସ୍ଥିର କରାଯାଇଛି । ଆସନ୍ତା ୧୨ ତାରିଖରେ ହେବାକୁ ଯାଉଥିବା ପ୍ରତିଭା ଅନ୍ୱେଷଣ ଓ ମକର ସମ୍ବର୍ଦ୍ଧନା ପାଇଁ ମନୋନୟନ କମିଟି ଗଠନ କରାଯାଇଥିଲା । ବୈଠକରେ ସମ୍ପାଦକ ହରେକୃଷ୍ଣ ପଣ୍ଡା, ଡଃ ଶ୍ରହରି ଧଳ, ସହ ସମ୍ପାଦକ ଗୈ÷ାରାଙ୍ଗ ସ୍ୱାଇଁ, ସହସମ୍ପାଦକ ରବୀନ୍ଦ୍ର କୁମାର ପରିଡା, ସଂଗଠକ ପୀତାମ୍ବର ସ୍ୱାଇଁ, ଅଭୟ ଖୁଂଟିଆ,ମନୋରଂଜନ ଧଳ,ରମେଶ ନାଥ ଶର୍ମ୍ମା, କବି ଜୀତେନ୍ଦ୍ର କୁମାର ବେହେରା, ଶଶୀ ସାମଲ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।