ଧାନ ଥୋଡରେ ପୁନରା ପୋକ

ଧାନ ଥୋଡରେ ପୁନରା ପୋକ

ପାଣିକୋଇଲି: ଅନିୟମିତତା ବର୍ଷା ସାଙ୍ଗକୁ ଦାନା ଏବଂ ପରବର୍ତ୍ତୀ ସମୟର ବର୍ଷା କେତେକ କ୍ଷେତ୍ରରେ ଚାଷୀଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଥିବା ବେଳେ ଅନେକ ସ୍ଥାନରେ ଧାନ ସହ ପରିବା ଚାଷ ପ୍ରଭାବିତ ହୋଇଛି । ତେବେ ଦାନା ପରବର୍ତ୍ତୀ ବର୍ଷା ପରେପରେ ଧାନ ଥୋଡ଼ରେ ପୁନରା ପୋକ ମାଡ଼ିବାରେ ଲାଗିଛି ।ଚଳିତ ବର୍ଷ ସ୍ୱଳ୍ପ ବର୍ଷାରେ ଚାଷୀ ତାର ସମସ୍ତ ଅର୍ଥ ଚାଷ ଜମିରେ ଭଲ ଉପାର୍ଜନ ପାଇଁ ଲଗାଇଥିବାବେଳେ ପୁନରା ପୋକ ଚାଷୀ କୂଳଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଶେଷ କରି କୋରେଇ ଅଞ୍ଚଳର ଚାଷୀ ବିଶେଷ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ବର୍ତମାନ ପରିସ୍ଥିତିରେ ଧାନ ଥୋଡ ବାହାରିବା ସମୟରେ ପ୍ରତ୍ୟେକ ଚାଷ ଜମିରେ ପୁନାରା ପୋକର ପଦ୍ରୁଭାବ ବଢ଼ିବାରେ ଲାଗିଛି । ଥୋଡ ବାହାରୁଥିବା ପ୍ରତ୍ୟେକ ଧାନର କ୍ଷୀରକୁ ଶୋଷି ଦେଉଛନ୍ତି ପୋକ । ଯାହାଫଳରେ ଧାନ ପେଣ୍ଡା ଠିଆହୋଇ ରହୁଛି ଓ ସଢା ପୋକ ମଧ୍ୟ ଧାନକୁ ନଷ୍ଟ କରିଦେଉଛନ୍ତି । ଏହାର ପ୍ରତିକାର ପାଇଁ ଚାଷୀ ତାର ଜମିରେ ଔଷଧ ସ୍ପ୍ରେ ଜାରିରଖିଛି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଶେଷରେ ଯଦି ଠିକ୍ ପରିମାଣରେ ଫସଲ ନହୁଏ ତାହେଲେ ଚାଷୀକୁଳ ହତାଶ ହୋଇଯିବେ । ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବାକୁ ଚାଷୀ ମହଲରୁ ଦାବି କରାଯାଇଛି ।