ସ୍କୁଟିକୁ ପିଟିଲା ପିକ୍ଅପ୍: ୨ ମୃତ


 ଝାରସୁଗୁଡା:  ଆଜି ଅପରାହ୍ନ ୧୧ଟା ସମୟରେ ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେ ୧୦ ନମ୍ବର ରାଜ୍ୟ ରାଜପଥ ସାରସମାଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣ ସ୍କୁଟି ଆରୋହୀଙ୍କ ଜୀବନ ଚାଲିଯାଇଛି  । ପୁଲିସ୍ ସୂତ୍ରରୁ ପ୍ରକାଶଯେ, ଝାରସୁଗୁଡାରୁ ସମ୍ବଲପୁର ପଟେ ଯାଉଥିବା ଏକ ପିକଅପ ଭ୍ୟାନ ଓ ସରବାହାଲ ପଟୁ ଝାରସୁଗୁଡାକୁ ଆସୁଥିବା ଦୁଇଜଣ ସ୍କୁଟି ଆରୋହୀ ଅଜିତ ସିଂ (୬୦) ଓ ଅଶୋକ ହିନ୍ଦୁଜା (୬୮)ଙ୍କୁ ସମ୍ମୁଖରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଉଭୟ ସ୍କୁଟି ଆରୋହୀଙ୍କ ପ୍ରାଣହାନୀ ହୋଇଥିଲା  । ଏହାକୁ ନେଇ ସ୍ଥାନୀୟ ଲୋକେ ରାଜ୍ୟ ରାଜ୍ୟପଥ ୧୦କୁ ପ୍ରାୟ ୧ ଘଣ୍ଟା ରାସ୍ତା ଅବରୋଧ କରିବା ସହିତ ଦୁର୍ଘଟଣା ଘଟାଇ ଥିବା ପିକଅପ ଭ୍ୟାନ ଗାଡ଼ି ନମ୍ବର ଓଡ଼ି୨୩ଇ ୮୧୫୫କୁ ପୋଡ଼ି ଦେଇଥିଲେ  । ସୂଚନାପାଇ ଝାରସୁଗୁଡା ଏସ୍ଡ଼ିପିଓ ଉମାଶଙ୍କର ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଧୁସ୍ମିତା ମିଶ୍ର, ସଦର ଥାନାଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ ଓ ବଡ଼ମାଲ ଥାନାଧିକାରୀ ରାଜେନ୍ଦ୍ର ସିଆଲ ଘଟଣାସ୍ଥଳରେ ପହଞ୍ଚô ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ  । 
ହେଲେ ପରିସ୍ଥିତି ଏପରି ହୋଇଥିଲାକି ଏହି ସମୟରେ ଉଭୟ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୁ ତୁ ମେ ମେ ହେବା ସହିତ ଧକ୍କା ମରାମରି ହୋଇଥିଲା  । ମାତ୍ର କିଛିସମୟ ପରେ ପରିସ୍ଥିତି ଶାନ୍ତ ହୋଇଥିଲା  । ଝାରସୁଗୁଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚô ପିକଅପ ଭ୍ୟାନରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ  । ପୁଲିସ ଉକ୍ତ ଶବ ଦ୍ୱୟକୁ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଇଥିଲା  । ଦୁର୍ଘଟଣା ଘଟାଇ ଥିବା ପିକଅପ ଡ୍ରାଇଭର ସୁଶାନ୍ତ ଘୋଷକୁ ଗିରଫ କରାଯାଇଛି  । ପିକ୍ଅପ ଡ୍ରାଇଭର ଆହତ ହୋଇଥିବାରୁ ତାକୁ ଚିକିସôା ପାଇଁ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠା ଯାଇଥିବା ସୂଚନା ଦେଇଛନ୍ତି ସଦର ଥାନାଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ  । ସୂଚନାଥାଉ କି ମୃତ ଅଜିତ ସିଂ ଝାରସୁଗୁଡାର ଜଣେ ଜଣାଶୁଣା ସମାଜସେବୀ ଥିଲେ  । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।