ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ : ଝାରସୁଗୁଡାରେ ପୁଣି କ୍ରାଇମବ୍ରାଞ୍ଚ

ଝାରସୁଗୁଡା : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ପାଇଁ ଆଜି ଦ୍ୱିତୀୟ ଥର ଲାଗି ଝାରସୁଗୁଡାରେ ପହଁଚିଲା କ୍ରାଇମ ବ୍ରାଞ୍ଚ ଟିମ  । ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ପ୍ରଥମେ ବ୍ରଜରାଜନଗର ଅନ୍ତର୍ଗତ ଗାନ୍ଧିଛକ ଫାଣ୍ଡିରେ ତିନି ଜଣଙ୍କୁ ଜେରା କରାଯାଇଛି  । ଅଭିଯୁକ୍ତ ଗୋପାଳର ମୋବାଇଲ ସିଡ଼ିଆର ଆଧାରରେ ରାଜପୁର ଗ୍ରାମର ପ୍ରବୀଣ ଦେଓ, ପୂର୍ବତନ ସମିତି ସଭ୍ୟ ଗଣେଶ ବାଗ ଓ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିସôାଳୟର କର୍ମଚାରୀ ମନୋଜ ବରିହାଙ୍କୁ ପଚରା ଉଚୁରା କରିଥିଲେ  । ସୂଚନା ଥାଉକି ୨୦୨୩ ଜାନୁଆରୀ ମାସ ୨୯ ତାରିଖରେ ଗାନ୍ଧିଛକ ନିକଟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ସେହିଦିନ ଗଣେଶ ବାଗ ଓ ପ୍ରବୀଣ ଦେଓଙ୍କୁ ଶେଷ କଲ ଗୋପାଳ ଦାସକୁ ଯାଇଥିଲା  । ଏହି କଲ ରେକର୍ଡ ଆଧାରରେ ଦେଓଙ୍କ ବୟାନ ରେକର୍ଡ କରାଯାଇଛି  । ସେହିପରି ଗୋପାଳ ଦାସଙ୍କ ୧୬୧ ବୟାନ ଆଧାରରେ ମନୋଜ ବରିହାଙ୍କ ବୟାନ ରେକର୍ଡ କରାଯାଇଥିଲା  । କ୍ରାଇମ ବ୍ରାଞ୍ଚ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡାରେ ରହି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଗୋପାଳର ନିଜ ଘର ବ୍ରହ୍ମପୁର ଯାଇ ସେଠାରେ ପରିବାର ଓ ଅନ୍ୟ କିଛି ବ୍ୟକ୍ତିଙ୍କୁ ପଚରା ଉଚୁରା କରିଥିଲା  । ଅନ୍ୟପଟେ ମନୋଜ ବରିହା ଗୋପାଳ ଦାସ ଦେଇଥିବା ୧୬୧ ବୟାନକୁ ସମ୍ପୂର୍ଣ ଭିତ୍ତିହୀନ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି  । ସେ କୌଣସି ପ୍ରକାରର ଗୋପାଳକୁ ପ୍ରବାର୍ତ୍ତାଇ ନଥିବା ଓ ଏହା ସମ୍ପୂର୍ଣ ମିଥ୍ୟା ବୋଲି କହିଛନ୍ତି  । ଆଗକୁ ତଦନ୍ତ ପରିସରକୁ ଯିଏ ଆସିବ ତାକୁ ମଧ୍ୟ ଡକାଯାଇ ଜେରା କରାଯିବ ବୋଲି କ୍ରାଇମ ବ୍ରାଞ୍ଚର ଅତିରିକ୍ତ ଏସପି ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି  ।