"ଉକ୍ରଳିକା-ଏ ଶୋ ଅଫ୍ ମଡର୍ଣ୍ଣ ଆର୍ଟ' ଉଦ୍ୟାପିତ : ଏନ୍ଜିଏମ୍ଏର ଶାଖା ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ
ଭୁବନେଶ୍ୱର : "ଉକ୍ରଳିକା-ଏ ଶୋ ଅଫ ମଡର୍ଣ୍ଣ ଆର୍ଟ'ର ଉଦ୍ୟାପନୀ ସମାରୋହ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ନ୍ୟାଶନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ଏବଂ ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଏନଜିଏମଏର ମହାନିଦେ୍ର୍ଦଶକ ଡଃ ସୀବ କିଶୋର ଗୌତମ ଏବଂ ଭୁବନେଶ୍ୱରର ଲଳିତ କଳା ଏକାଡେମୀର ଆଞ୍ଚଳିକ ସମ୍ପାଦକ ରାମକ୍ରିଷ୍ଣା ବେଡାଲା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କୁ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଏନଜିଏମଏର ଏକ ନୂତନ ଶାଖା ସ୍ଥାପନ କରିବା ପାଇଁ ଆବେଦନ କରିବା ସହ କହିଥିଲେ ଯେ, ଏଭଳି ଏକ ପଦକ୍ଷେପ ଓଡ଼ିଆ କଳାକାରମାନଙ୍କୁ ଏକ ସୁବର୍ଣ୍ଣ ମଞ୍ଚ ପ୍ରଦାନ କରିବ ଯାହା ରାଜ୍ୟର ଆନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଏନଜିଏମଏ, ନୂଆଦିଲ୍ଲୀର ମହାନିଦେ୍ର୍ଦଶକ ଡଃ ସୀବ କିଶୋର ଗୌତମ ଭାରତୀୟ ମଡର୍ଣ୍ଣ ଓ କଂଟେମ୍ପରାରୀ ଆର୍ଟ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିନବ ପଦକ୍ଷେପର ନେତୃତ୍ୱ ନେଇଥିଲେ । ଏହି ଅବସରରେ କୋର୍ଡିନେଟର କ୍ଷିତିଶ ଚନ୍ଦ୍ର ଦାସ ଓଡ଼ିଶାରେ ଏନ୍ଜିଏମ୍ଏ ଶାଖାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।