ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆକୁ ଶ୍ରେଷ୍ଠ ନବ ସୃଜନ ପୁରସ୍କାର

ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆକୁ ଶ୍ରେଷ୍ଠ ନବ ସୃଜନ ପୁରସ୍କାର

ଊର୍ଜା କ୍ଷେତ୍ରରେ ପ୍ରମୁଖ ଭୂମିକା ପାଇଁ ଏହି ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର : ଆର୍ସଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ)କୁ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବ୍ୟୁରୋ ଅଫ୍‌ ଏନର୍ଜ ଏଫିସିଏନ୍ସି (ବିଇଇ) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜାତୀୟ ଊର୍ଜା ସଂରକ୍ଷଣ ପୁରସ୍କାର (ଏନଇସିଏ) ୨୦୨୫ରେ ଶ୍ରେଷ୍ଠ ଉଦ୍ଭାବକ ପୁରସ୍କାରରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ପୁରସ୍କାର ପ୍ରଦାନ କରିଥିଲେ । ଏଏମ୍‌ /ଏନ୍‌ଏସ୍‌ ଇଣ୍ଡିଆ ତରଫରୁ ଗୁଜୁରାଟର ହାଜିରା ପ୍ଲାଣ୍ଟରେ ହଟ୍‌ମେଟାଲ୍‌ ଡେଲିଭରିର ମୁଖ୍ୟ  ବାଇଜୁ ମସରାନୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ଊର୍ଜା ସଂରକ୍ଷଣ ଦିବସ ୨୦୨୫ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା । ଊର୍ଜା ଦକ୍ଷତା କ୍ଷେତ୍ରରେ ଭାରତର ସର୍ବୋଚ୍‌ଚ ମାନ୍ୟତା ମଧ୍ୟରୁ ଏନଇସିଏ ଅନ୍ୟତମ ଏହା ନବସୃଜନ ସମେତ ସାତୋଟି ବର୍ଗରେ ସଫଳତାକୁ ମାନ୍ୟତା ପ୍ରଦାନ କରିଥାଏ । ହାଜିରା ପ୍ଲାଣ୍ଟରଷ୍ଟିଲ୍‌ ମେକିଂ ପ୍ଲାଣ୍ଟ-୨ ପ୍ରକଳ୍ପ (ଏସଏମପି-୨)ପାଇଁ ଏଏମ୍‌ / ଏନ୍‌ଏସ୍‌ ଇଣ୍ଡିଆକୁ ଶିଳ୍ପ ବର୍ଗରେ ଊର୍ଜା ଦକ୍ଷତା ନବସୃଜନ ପାଇଁ ଚୟନ କରାଯାଇଥିଲା । ଏହି ପୁରସ୍କାର ଇସ୍ପାତ ନିର୍ମାଣକୁ ଡିକାର୍ବୋନାଇଜ କରିବା ଏବଂ ପରିଚାଳନା ଗତ ନବସୃଜନ ମାଧ୍ୟମରେ ଉଚ୍ଚମାନର ମାନଦଣ୍ଡ ପ୍ରତିଷ୍ଠା କରିବା ଦିଗରେ ଏଏମ୍‌/ଏନଏସ୍‌ ଇଣ୍ଡିଆର ନେତୃତ୍ୱ ପ୍ରତି ଏକ ସମ୍ମାନ । ଏହା କମ୍ପାନୀର ପ୍ରତିଶ୍ରୁତି ‘ସ୍ମାର୍ଟର୍‌ ଷ୍ଟିଲ୍ସ ବ୍ରାଇଟର ଫିଉଚର୍ସ', ସ୍ଥାୟୀ ସମାଧାନ ପ୍ରଦାନ ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି  ।