୩ ଦିନ ହିଟ୍ୱେଭ୍
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ହିଟ୍ ୱେଭ ପରିଲକ୍ଷିତ ହେବ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ସମ୍ବଳପୁର ଓ ବୌଦ୍ଧରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ସେହପରି ୨୯ରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡିରେ ହିଟ୍ୱେଭ ହେବାର ଥିବାବେଳେ ୩୦ରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ ଓ ସୁନ୍ଦରଗଡ଼କୁ ହିଟ୍ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।
ସୋମ, ବୁଧ, ଶୁକ୍ରବାର ଅଣ୍ଡା
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର,୨୭ା୩
ଆଗରୁ ସ୍କୁଲରେ ବୁଧ ଓ ଶନିବାର ଅଣ୍ଡା ମିଳୁଥିଲା । କିନ୍ତୁ ଏବେ ସୋମ, ବୁଧ ଓ ଶୁକ୍ରବାର ଦିନ ଅଣ୍ଡା ମିଳିବ । ସେହିପରି ମଙ୍ଗଳ, ଗୁରୁ ଓ ଶନିବାର ଦିନ ପୁଷ୍ଟିକର ଲଡୁ ମିଳିବ । ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପିଏମ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଏହା ପ୍ରଦାନ କରାଯିବ । ଲଡୁ ବାବଦରେ ଗୋଟା ପିଛା ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । କଞ୍ଚାମାଲ ପାଇଁ ୩ ଟଙ୍କା ୨୪ ପଇସା ଓ ତିଆରି ପାଇଁ ୨୬ ପଇସା ଖର୍ଚ୍ଚ କରାଯିବ । ବାଦାମ, ମାଣ୍ଡିଆ ଆଦିରୁ ତାହା ପ୍ରସ୍ତୁତ ହେବ । ପିଲାମାନଙ୍କୁ ସକାଳ ପ୍ରାର୍ଥନା ପରେ ଏହା ଦିଆଯିବ । ଅପରପକ୍ଷରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଚଳିତ ବର୍ଷ ଠାରୁ ମଧ୍ୟାହ୍ନ ଭୋଜନ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ୫୭୧ କୋଟିର ଅତିରିକ୍ତ ଖର୍ଚ୍ଚ ବହନ କରିବେ ।