ବିଜେପି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ: ମହିଳାଙ୍କ ଆର୍ଥିକ ସ୍ୱାଧୀନତା ଦ୍ୱିଗୁଣିତ ହୋଇଛି: ପ୍ରଭାତୀ

 ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚଳିତଥର ପ୍ରଥମଥର ପାଇଁ ବିଶ୍ୱ ମହିଳା ଦିବସ ପାଳିତ ହୋଇଛି । ଏ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ବିଜେପି ମହିଳାଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହ ଦଳରେ କାର୍ଯ୍ୟ କରିଥିବା ନାରୀ ନେତ୍ରୀମାନେ ଦେଶର ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ, ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । 
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତି ପୂରଣ ସ୍ୱରୂପ ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀକୁ ଗୁରୁତ୍ୱ ଦେଇଥିଲେ । ମାତ୍ର ୮ ମାସ ମଧ୍ୟରେ ୧୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରାୟ ୧କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଦେଇଛି । ବିଜେଡି ସବୁବେଳେ ଭୋଟ ବ୍ୟାଙ୍କ ପଲ୍ିଟିକ୍ସ କରୁଥିଲା । ୨୪ ବର୍ଷ ଧରି ଚକ୍ରାନ୍ତ କରି ମହିଳମାନଙ୍କୁ କେବଳ ଋଣ ଦେଇ ସୁଧଛାଡ଼ କରୁଥିଲେ । ମାତ୍ର ବିଜେପି ସରକାରରେ ମହିଳାଙ୍କ ପାଇଁ ଋଣ ନୁହେଁ ପ୍ରୋସôାହନ ରାଶି ଭାବେ ସୁଭଦ୍ରାରେ ଅଦ୍ୟାବଧି ୧୦ ହଜାର କୋଟି ଟଙ୍କା ଦିଆଯାଇଛି ବୋଲି କହିଥିଲେ । ଏଥିଯୋଗୁ ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ଦ୍ୱିଗୁଣିତ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହା ବ୍ୟତୀତ ମମତା ଯୋଜନା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ୱାନ ଷ୍ଟପ୍ ସେଂଟର, ୧୮୧ ହେଲ୍ପ ଲାଇନ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ‘ବେଟି ବଞ୍ଚାଅ ବେଟି ପଢ଼ାଅ ଇତ୍ୟାଦିର ସଫଳ ରୂପାୟନ କରାଯାଇଛି ଏହା କେବଳ ମହିଳାମାନଙ୍କୁ ସଶକ୍ତ କରିନାହିଁ ସେମାନଙ୍କ ଆର୍ଥିକ ସ୍ୱାଧୀନତା ତଥା ବିକାଶର ଧାରାକୁ ଦ୍ୱିଗୁଣିତ କରିଛି ବୋଲି କହିଥିଲେ । ଏ ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୨୦ ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମିଶ୍ର, ଜୟନ୍ତୀ ପଢ଼ିଆରୀ, ସଂଚିତା ମହାନ୍ତି, ଶ୍ରୁତି ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।