ଏଏମ୍/ଏନ୍ଏସ୍ ଇଣ୍ଡିଆର ଡିଜିଟାଲ ଦକ୍ଷତା କେନ୍ଦ୍ର ଉଦ୍ଘାଟିତ

 ବଡ଼ବିଲ  : ଆର୍ସଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ପଦକ୍ଷେପ ପ୍ରକଳ୍ପ ‘ଦକ୍ଷ' ଅନ୍ତର୍ଗତ କେନ୍ଦୁଝର ଜିଲ୍ଲା ବଡ଼ବିଲଠାରେ ଏକ ଡିଜିଟାଲ୍ ଦକ୍ଷତା କେନ୍ଦ୍ର ଉଦ୍ଘାଟନ କରିଛି । ସ୍ଥାନୀୟ ଯୁବକମାନଙ୍କ ଡିଜିଟାଲ୍ ଜ୍ଞାନ ବୃଦ୍ଧି କରିବା ସହିତ ବୃତ୍ତିଗତ ତାଲିମ ମାଧ୍ୟମରେ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ନାସକମ୍ ଫାଉଣ୍ଡେସନ ସହଭାଗୀତାରେ ଏହି କେନ୍ଦ୍ରଟିସ୍ଥାପନ କରାଯାଇଛି । ଏହି କେନ୍ଦ୍ର, ସ୍ଥାନୀୟ ଯୁବକମାନଙ୍କୁ ଡାଟା ଏଣ୍ଟ୍ରି ଅପରେଟର ଏବଂ ଘରୋଇ ଆଇଟି ହେଲପଡେସ୍କ ଆଟେଣ୍ଡାଣ୍ଟ ଭଳି ବ୍ୟବସାୟ ପ୍ରକ୍ରିୟା ପରିଚାଳନା (ବିପିଏମ୍) ଭୂମିକାରେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଦକ୍ଷତାଉପରେ ତାଲିମ ଦେବାକୁ ଲକ୍ଷ୍ୟ ରଖିଛି । ଅଂଶଗ୍ରହଣକାରୀମାନେ୨୦୦ ରୁ୨୨୫ ଘଣ୍ଟାର ସୁବିସ୍ତୃତ ପାଠ୍ୟକ୍ରମମଧ୍ୟରେ ଉଭୟ ନିର୍ଦ୍ଦିଷ୍ଟ ଡୋମେନ୍ ବିଶେଷଜ୍ଞତା ଏବଂ ଅତ୍ୟାବଶ୍ୟକ ସୂକ୍ଷ୍ମ ଦକ୍ଷତାସହିତ ବାସ୍ତବ ଜଗତ ଅନୁଭୂତି ଏବଂ ଶିଳ୍ପଜଗତ ସମ୍ପର୍କିତ ପରାମର୍ଶ ମଧ୍ୟପାଇପାରିବେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବଡ଼ବିଲର ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ କହିଛନ୍ତି, ବର୍ତ୍ତମାନର ନିଯୁକ୍ତିକ୍ଷେତ୍ରରେ ଅତ୍ୟାବଶ୍ୟକ ଡିଜିଟାଲ୍ କୌଶଳ ସହିତ ଆମ ଯୁବପିଢ଼ିଙ୍କୁ ସଶକ୍ତ କରିବା ଦିଗରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଏହି ପଦକ୍ଷେପ ଖୁବ୍ ପ୍ରଶଂସନୀୟ । ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସଆର ମୁଖ୍ୟ ଡକ୍ଟର ବିକାଶ ୟାଦଭେନ୍ଦୁ କହିଛନ୍ତି, ପ୍ରକଳ୍ପ ‘ଦକ୍ଷ’ ମାଧ୍ୟମରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଅନ୍ତର୍ଭୁକ୍ତକାରୀ ଏବଂ ଦୀର୍ଘସ୍ଥାୟୀ ଦକ୍ଷତା ବିକାଶ ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ । ବଡ଼ବିଲରେଡିଜିଟାଲ୍ ଦକ୍ଷତା କେନ୍ଦ୍ର ସ୍ଥାନୀୟ ଗୋଷ୍ଠୀଙ୍କ ଉତ୍ଥାନଏବଂ ଡିଜିଟାଲ୍ ଦକ୍ଷତା କ୍ଷେତ୍ରରେ ଥିବା ଅଭାବକୁଦୂର କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।