ଶିଶୁ ସୁରକ୍ଷା ଓ କଲ୍ୟାଣର ତଦାରଖ କରଇଛନ୍ତି ଆହୁଜା : ଶିଶୁସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉ

 ଭୁବନେଶ୍ୱର  : ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ତଦାରଖ ତଥା ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି ।  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଶୁ ସୁରକ୍ଷା କ୍ଷେତ୍ରରେ ଓଡିଶାରେ ରହିଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା, କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା, ଅନୁଷ୍ଠାନ, ସୂଚନା ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ଏବଂ ସମର୍ଥନ ଉପରେ ବିଶେଷ ଆଲୋଚନା କରାଯାଇଥିଲା ।  ଓଡିଶାରେ କେନ୍ଦ୍ର ସରକାରଙ୍କ ମିଶନ ବାତ୍ସଲ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ୩୦ଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ( ଡିସିପିୟୁ), ୩୧ଟି ଶିଶୁ କଲ୍ୟାଣ କମିଟି(ସିଡବ୍ଲୁ୍ୟସି), ୩୪ଟି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ, ୩୬ଟି ସ୍ୱତନ୍ତ୍ର ଜୁଭେନାଇଲ ପୁଲିସ୍ ୟୁନିଟ୍, ୨୨୦ ଟି ଶିଶୁ ଯନô ଅନୁଷ୍ଠାନ(ସିସିଆଇ) କାର୍ଯ୍ୟ କରୁଛି । ରାଜ୍ୟରେ ୮୧୫୦ ଶିଶୁମାନଙ୍କୁ ସଂସ୍ଥାଗତ ବ୍ୟବସ୍ଥାରେ ଏବଂ ୬୩୧୭ ଶିଶୁଙ୍କୁ ଅଣ ସଂସ୍ଥାଗତ ବ୍ୟବସ୍ଥାରେ ଯନô ନିଆଯାଉଛି ବୋଲି ତଥ୍ୟ ଉପସ୍ଥାପନା କରାଯାଇଥିଲା ।   
ସେହିପରି ପ୍ରତ୍ୟେକ ବର୍ଷ ପୁଅ ଅପେକ୍ଷା ଝିଅ ପୋଷ୍ୟ ସନ୍ତାନ ସଂଖ୍ୟା ବଢୁଛି । ୧୬୦ ଟି ଶିଶୁ ଗୃହ, ୩୩ଟି ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା, ୧୨ଟି ମୁକ୍ତ ଆଶ୍ରୟ ଗୃହ, ୭ ଟି ପର୍ଯ୍ୟବେକ୍ଷଣ ଗୃହ ଓ ୭ଟି ସ୍ୱତନ୍ତ୍ର ଗୃହ ବ୍ୟବସ୍ଥା ରହିଛି । ଶିଶୁ ଯନô ଅନୁଷ୍ଠାନରେ ରହୁଥିବା ୮୧୫୦ ଶିଶୁଙ୍କ ମଧ୍ୟରୁ ୯୮% ଶିଶୁଙ୍କର ଆଧାର ପଞ୍ଜୀକରଣ ହୋଇପାରିଛି ବୋଲି ମତ ପ୍ରକାଶ ପାଇଥିଲା । ବିଭିନ୍ନ ଶିଶୁ ଯନô ଅନୁଷ୍ଠାନରେ ରହୁଥିବା ୬୭୨ ପିଲାମାନେ ବୈଷୟିକ ଶିକ୍ଷାରେ ନାମ ଲେଖାଇଛନ୍ତି । ୨୬୪ଟି ବିଭିନ୍ନ ପ୍ରଶିକ୍ଷଣରେ ୮୧୩୦ ଜଣ ତାଲିମ ନେଇଛନ୍ତି । ହିତାଧିକାରୀ ପିଲାମାନମାନଙ୍କୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ଦିଆଯାଉଛି ବୋଲି କୁହାଯାଇଥିଲା । ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଶିଶୁ କଲ୍ୟାଣ କମିଟିର ସହଭାଗିତାରେ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଇଲ୍ଡ୍ ହେଲ୍ପଲାଇନ୍- ୧୦୯୮, ସଫଳତାର ସହ କାର୍ଯ୍ୟକାରୀ କରାଯାଉଥିବା ସମ୍ପର୍କରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ତଥ୍ୟ ଉପସ୍ଥାପନ କରିଥିଲେ ।
ମୁଖ୍ୟ ଶାସନ ସଚିବ ଆହୁଜା ସବୁ ବିଭାଗର ମିଳିତ ପ୍ରୟାସରେ ଶିଶୁ ସୁରକ୍ଷା ଓ ଯନôର ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଗୁରୁତ୍ୱ ଦେଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ସହିତ, ଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ଗୃହ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଦି ସଂପୃକ୍ତ ବିଭାଗମାନେ ଏ ଦିଗରେ ସମ୍ମିଳିତ ପ୍ରୟାସ ଓ ସହଯୋଗ କରି ଶିଶୁ ସୁରକ୍ଷା ଓ ଯନô କ୍ଷେତ୍ରରେ ଅଧିକ ଉନ୍ନତି ଆଣିବାକୁ ଆବଶ୍ୟକ ନିଦେ୍ର୍ଦଶ ଓ ପରାମର୍ଶ ଦେଇଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ ସମୟରେ ବିଦ୍ୟାଳୟ ଓ ଶିଶୁ ଯନô ଅନୁଷ୍ଠାନମାନଙ୍କୁ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ।