ଗାଈ ଚାଲାଣ ବେଳେ ଟ୍ରକ୍ ଜବତ

 ମାଲକାନଗିରି : ବେଆଇନ ଭାବେ ଗାଇ ଚାଲାଣ ବେଳେ ଗାଇ ଓ ଟ୍ରକକୁ ପୁଲିସ ଜବତ କରି ୩ଜଣଙ୍କୁ ଥାନା ରେ ଅଟକ ରଖି ପୁଲିସ  ପଚରା ଉଚରା ଆରମ୍ଭ କରିଛି । ମାଲକାନଗିରି ଥାନା ସ୍ଥିତ ଏମଭି ୧୭ ଗ୍ରାମ ନିକଟରେ ଗୋଟିଏ ମିନି ଟ୍ରକରେ କିଛି ଗାଇ ଗୋରୁଙ୍କୁ ବୋଝେଇ କରି ମୋଟୁ ଅଭିମୁଖେ ଯାଉଥିବାର ଦେଖି ଏହାକୁ ବେଆଇନ ଚାଲାଣ ହେବାର ସନେ୍ଦହ କରି କିଛି ଯୁବକ ଗାଡି ଅଟକାଇ ମାଲକାନଗିରି ଥାନାକୁ ଖବର ଦେଇଥିଲେ । ଖବର ପାଇ ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଗାଡି ସହ ଗାଇକୁ ଜବତ କରି ଥାନା କୁ ଆଣିଥିଲେ, ଗାଇ ଗୁଡିକୁ ଗାଡିରୁ ଓହ୍ଲାଇବା ବେଳେ ଦୁଇଟି ଗାଇ ଦୈଡି ଗାଁ ଭିତରକୁ ପଳାଇ ଥିବା ବେଳେ ଅନ୍ୟ ୪ ଟି ଗାଇଙ୍କୁ ଖାଇବାକୁ ଦେଇ ଥାନାରେ ପୁଲିସ ରଖିଛନ୍ତି । ଏହି ମାମଲା ରେ ତିନିଜଣ ବ୍ୟକ୍ତି ଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚରା ଚଲାଇଛି ।