ଦାମୋଦରପୁରରେ ବିଜେଡିର ଫ୍ୟାକ୍ଟ ଫାଣ୍ଡିଂ ଟିମ୍ : ଝାଡ଼ାବାନ୍ତିରେ ମୃତକଙ୍କ ପରିବାରକୁ ଭେଟିଲା ବିଜେଡି

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଟିଗୋବିନ୍ଦପୁର ପଞ୍ଚାୟତର ଆଦିବାସୀ ଅଧୁ୍ୟଷିତ ଦାମପୁରରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପହଞ୍ଚô ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ସ୍ଥିତି ଅନୁଧ୍ୟାନ ବେଳେ ଗତ ଏକ ବର୍ଷ ଧରି ଜଳଯୋଗାଣ ପାଇଁ ଉଦ୍ଧିଷ୍ଟ ପାଣି ଟାଙ୍କି ସଫା ହୋଇନଥିବା ବିଜେଡି ଜାଣିବାକୁ ପାଇଥିଲା । ଗ୍ରାମବାସୀ ନିର୍ଭର କରୁଥୁବା ପୋଡାମାରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ବି ଡାକ୍ତର ନାହାନ୍ତି । ଅଞ୍ଚଳରେ ପରିମଳ ବ୍ୟବସ୍ଥା ତଦାରଖ କରିବେ ପାଇଁ ଆବଶ୍ୟକ କର୍ମଚାରୀ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି । ଝାଡ଼ାବାନ୍ତି ବ୍ୟାପିବା ଖବର ମିଳିଲା ପରେ ମଧ୍ୟ ସରକାରୀ ଉଦାସୀନତା ଲାଗି ତିନୋଟି ଅମୂଲ୍ୟ ଜୀବନ ଚାଲିଯିବା ବିଷୟ ଗ୍ରାମବାସୀ କହିଥିଲେ ।
ଏମକେସିଜି ମେଡିକାଲ କଲେଜର ଏକ ବିଶେଷଜ୍ଞ ଦଳ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଉପସ୍ଥିତ ଥିବା ସମୟରେ ଆସି ପହଞ୍ଚିଥିଲେ । ଡାଇରିଆ ଜନିତ କୌଣସି ମୃତୁ୍ୟ ହୋଇ ନାହିଁ ବୋଲି, ଗତକାଲି ବିଳମ୍ବିତ ସଂଧ୍ୟାରେ ଗଞ୍ଜାମ ସିଡିଏମ୍ଓ ଯେଉଁ ବିବୃତ୍ତି ଜାରି କରିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି ବିଜେଡି ପ୍ରକାଶ କରିଛି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ନେତୃତ୍ୱ ନେଇଥିଲେ ଦଳର ଉପସଭାପତି ସଞ୍ଜୟ କୁମାର ଦାସ ବର୍ମା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଉପସଭାପତି ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।