ଏକାମ୍ର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବୃକ୍ଷରୋପଣ
ଭୁବନେଶ୍ୱର : ରାଜ୍ୟସାରା ବନମହୋସôବ ପାଳନ ଅବସରରେ ଏକାମ୍ର ବରିଷ୍ଠ ନାଗରିକ ସଂଘ ତରଫରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି । ସୁନ୍ଦରପଦା ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯକ୍ରମ ଆଜି ପାଞ୍ଚଗାଁ ନିକଟସ୍ଥ ଲବଣଗିରି ପାହାଡର ପାଦଦେଶରେ ବିଭିନ୍ନ କିସମର ଗଛର ଚାରାରୋପଣ କରାଯାଇଥିଲା । ସବୁଜ ବଳୟ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଶତାଧିକ ବରିଷ୍ଠ ନାଗରିକ ମାନେ ସୁଦୂର ପୁରୁଣା ଭୁବନେଶ୍ୱରରୁ ଏଠାରେ ଆସି ପହଞ୍ଚି ବୃକ୍ଷରୋପଣରେ ଭାଗ ନେଇଥିଲେ । ଜଗନ୍ନାଥ ମନ୍ଦିର, ମା ବିମଳା, ଲକ୍ଷ୍ମୀ ଏବଂ ଶିବ ମନ୍ଦିର ଦ୍ୱାରା ପରିବେଷ୍ଟିତ ଏହି ସ୍ଥାନ ଆଗାମୀ ଦିନରେ ପର୍ଯଟକ ମାନଙ୍କର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଏଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିକମିଟିର ବୈଠକ ସଂଗଠନର ସଭାପତି ହୃଷୀକେଶ ତ୍ରିପାଠୀଙ୍କ ଅଧକ୍ଷ୍ୟତାରେ ବୈଠକ ବସି ବୃକ୍ଷରୋପଣ ବିଷୟରେ ବ୍ୟାପକ ବିଚାରବିମର୍ଷ କରାଯାଇଥିଲା । ପରିବେଶବିତ କେ.ଏମ.ମୁନ୍ସି ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇ ଏହାକୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲେ ବୋଲି କହିଥିଲେ ସମ୍ପାଦକ ଧିରେନ ପଟ୍ଟନାୟକ, ପ୍ରଚଣ୍ଡ ରୌଦ୍ରତାପକୁ ଭୃକ୍ଷେପ ନକରି ଶତାଧିକ ବରିଷ୍ଠ ନାଗରିକ ମାନଙ୍କର ଯୋଗଦାନ ସହିତ ଏହାକୁ ଏକ ସବୁଜ ବଳୟରେ ପରିଣତ କରିବାପାଇଁ ସଙ୍କଳ୍ପକୁ ଦୋହରାଇଥିଲେ .ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା । ବୈଠକରେ ସକଳେଶ୍ୱର ପଟ୍ଟନାୟକଙ୍କ କାବ୍ୟ ଜନନୀ , ଅଲେଖ ରାଉତଙ୍କ କବିତା ବୃକ୍ଷ , ସୁଧାଂଶୁ ମିଶ୍ରଙ୍କ କବିତା ପଳାଶ ଫୁଲ ଆବୃତି ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା .କାର୍ଯ୍ୟକାରୀ ସଭାପତି ଡଃ ନୀତି ରଞନ ଚାନ୍ଦ ସଂଗଠନର ଶୁଭ ମନାସି ସମସ୍ତଙ୍କୁ ଠାକୁରଙ୍କ ଭୋଗ ବଣ୍ଟନ କରିଥିଲେ । ଭୁବନେଶ୍ୱର ବାର ଆସୋସିଏସନର ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ସେନାପତିଙ୍କ ନେତୃତରେ ଆଇନଜୀବୀ ନିହାର ରଞ୍ଜନ ସେଠୀ, ସରୋଜ ମହାପାତ୍ର, ଦୁର୍ଗା ପ୍ରସନ୍ନ ଖୁଣ୍ଟିଆ, ଦ୍ୱାରା ସଂଗଠିତ ,ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ମାନେ ଭୁୟଂସି ପ୍ରଂଶସା କରିଥିଲେ । ଏଥିରେ ଅଶୋକ ଆଚାର୍ଯ୍ୟ, ବିଜୟ କୁମାର ମହାନ୍ତି, ରାଧାନାଥ ମହାପାତ୍ର,ବେଣୁଧର ପାତ୍ର, ଅକ୍ଷୟ କୁମାର ଦାସ, ରମାକାନ୍ତ ମହାନ୍ତି , ନିର୍ମଳ ରାଉତ, ଗୌରପ୍ରସାଦ ଦାସ, ବିଷ୍ନୁ ପ୍ରସାଦ ମିଶ୍ର, ସରୋଜ ପଟ୍ଟନାୟକ, ବିରେନ ମହାନ୍ତି, ଦିଗମ୍ବର ସାମଲ ,ଅମ୍ବିକା ଶିଶୁ ଗୋସ୍ୱାମୀ ,ହେମନ୍ତ ପଣ୍ଡା, ଜ୍ଞାନ ରଞ୍ଜନ ବଟୁ ,ଜ୍ଞାନେନ୍ଦ୍ର ପଟ୍ଟନାୟକ ,ସତ୍ୟ ପ୍ରକାଶ ନନ୍ଦ,ଗୋପନ ମହାସୁଆର , ସ୍ଥାନୀୟ ଲିଟୁ,ଚଇନା, ପ୍ରମୁଖଙ୍କ ଯୋଗଦାନ ଉଲ୍ଲେଖନୀୟ ଥିଲା । ଉପସଭାପତି ସୁରେନ୍ଦ୍ର ନାଥ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।